Latest Odisha News

BREAKING NEWS

ଧୋନିଙ୍କ ଆଗରେ ଅଗ୍ନି ପରୀକ୍ଷା, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବାକୁ ହେବ

ଦୁବାଇ: ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚ ଚେନ୍ନାଇ ପାଇଁ ବେଶ ଗୁରୁତ୍ୱ ରଖୁଛି । ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇକୁ ବିଜୟ ସହ କମବ୍ୟାକ୍ କରିବାକୁ ହେବ । ସିରିଜରେ ରହିବାକୁ ହେଲେ ଆଜିର ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ ।

ତିନି ଥର ଆଇପିଏଲ୍ ଚାମ୍ପିଅନ୍ ଏବଂ ଗତ ସିନିଜର ରନର୍ସ ଅପ୍ ଚେନ୍ନାଇ ଚଳିତ ସିଜିନରେ ୭ଟି ମ୍ୟାଚ ଖେଳି ମାତ୍ର ଦୁଇଟିରେ ବିଜୟ ହାସଲ କରିଛି । ହାରିଛି ୫ଟି ମ୍ୟାଚ୍ । ପଏଣ୍ଟ ତାଲିକାର ସାତ ନମ୍ୱର ସ୍ଥାନରେ ରହିଛି ଚେନ୍ନାଇ । ତେଣୁ ଆଜିର ମ୍ୟାଚ ଧୋନିଙ୍କ ପାଇଁ ଅଗ୍ନି ପରୀକ୍ଷା ଭଳି ହେବ ।

ଆଇପିଏଲ୍ ରେକର୍ଡ କହୁଛି ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇର ପ୍ରଦର୍ଶନ ଭଲ । ଉଭୟ ଦଳ ୧୩ ଥର ମୁହାଁମୁହିଁ ହୋଇଛନ୍ତି । ଚେନ୍ନାଇ ୯ଟି ଜିତିଥିବା ବେଳେ ହାଇଦ୍ରାବାଦ ୪ଟିରେ ବିଜୟୀ ହୋଇଛି । ଚଳିତ ସିଜିନର ଶେଷ ମ୍ୟାଚରେ ହାଇଦ୍ରାବାଦଠାରୁ ୭ରନରେ ହାରିଥିଲା ଧୋନିଙ୍କ ଟିମ୍ ।

ଆଇପିଏଲରେ ଚେଜ୍ କରି ଜିତିବାରେ ଚେନ୍ନାଇର ଟ୍ରାକ୍ ରେକର୍ଡ ଭଲ । ଚଳିତ ସିଜିନରେ ବ୍ୟାଟିଂ ଅର୍ଡର ଫେଲ୍ ମାରିଛି । ଟପ୍ ଅର୍ଡରରେ ସେନ୍ ଓ୍ୱାଟସନ୍, ଡୁପ୍ଲେସିସ୍ ଓ ଅମ୍ବାତି ରାୟଡୁ ଭଲ ଖେଳୁଛନ୍ତି । କିନ୍ତୁ ମିଡିଲ ଅର୍ଡରରେ ସାମ୍ କୁରେନ୍, ରବୀନ୍ଦ୍ରୀ ଜାଡେତା ଓ ଡ୍ୱାନ୍ ବ୍ରାଭୋ ଏଯାଏ କ୍ଲିକ୍ କରି ନାହାନ୍ତି । ତେଣୁ ଆଜିର ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ସ୍କୋର କରିବାକୁ ପଡ଼ିବ ।

ସେପଟେ ହାଇଦ୍ରାବାଦ ଦୃଢ଼ ସ୍ଥିତିରେ ରହିଛି । ଏଯାଏ ୭ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଛି । ପଏଣ୍ଚ ତାଲିକାର ପାଞ୍ଚ ନମ୍ୱର ସ୍ଥାନରେ ରହିଛି ହାଇଦ୍ରାବାଦ । ବ୍ୟାଟିଂରେ ହାଇଦ୍ରାବାଦ ଶକ୍ତିଶାଳୀ । କିନ୍ତୁ ବୋଲିଂରେ ଦଳ ଟିକେ ଦୁର୍ବଳ ରହିଛି । ଭୁବନେଶ୍ୱର କୁମାର ଆହତ ଯୋଗୁ ବାଦ ପଡ଼ିବା ଓ ମିଚେଲ୍ ମାର୍ଶଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛି ହାଇଦ୍ରାବାଦ ।

Leave A Reply

Your email address will not be published.