Latest Odisha News

ଚେନ୍ନାଇରେ ପ୍ରବଳ ବର୍ଷା; ଜନଜୀବନ ଅସ୍ତବ୍ୟସ୍ତ

ଚେନ୍ନାଇ: ଶନିବାର ରାତିରୁ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏପରି ହଠାତ୍ ପରିସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ରାତି ୧୦ ଟାରୁ ବଜ୍ରପାତ ସହିତ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିଲା। ରବିବାର ସକାଳ ୮.୩୦ ପର୍ଯ୍ୟନ୍ତ ୨୧.୫ ସେମି ବର୍ଷା ରେକର୍ଡ କରାଯାଇଛି।

ସୂଚନା ଅନୁଯାୟୀ, ୨୦୧୫ ପରେ, ଶନିବାର ରାତିରେ ସହରରେ ସର୍ବାଧିକ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଏହି ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.