Latest Odisha News

BREAKING NEWS

ଚିନ୍ମୟ ହୋତାଙ୍କ ‘ଚେତନା ସଫାରୀ ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପବ୍ଲିକେଶନ୍ସ ଆନୁକୂଲ୍ୟରେ ବିଶିଷ୍ଟ ଲେଖକ ଚିନ୍ମୟ ହୋତାଙ୍କର ଗଳ୍ପ ସଙ୍କଳନ ‘ଚେତନା ସଫାରୀ ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ ହୋଇଯାଇଛି ।ପ୍ରାବନ୍ଧିକ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ଅନୁବାଦକ ଜଗନ୍ନାଥ ଦାସ, ଗାଳ୍ପିକ ଦେବପ୍ରସାଦ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ସାମାଜିକ ବାସ୍ତବତା ସହିତ କୁହୁକ ବାସ୍ତବତାର ସଂଯୋଗ ଉନ୍ମୋଚିତ ଗଳ୍ପ ସଙ୍କଳନକୁ ସ୍ୱାତନ୍ତ୍ର୍ୟ ଦେବା ସହ ବ୍ୟକ୍ତିଗତ ଅନୁଭୂତି ସହ ଅବଚେତନ ମନର ସୁନ୍ଦର ଓ ସାବଲୀଳ ଚିତ୍ରଣରେ ପରିପୂର୍ଣ୍ଣ ଏହି ସଙ୍କଳନଟି ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ବିରଳ ଓ ବିଶେଷ ସ୍ଥାନ ଅଧିକାର କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସ୍ନେହଲତା ପୃଷ୍ଟିଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏହି ସାରସ୍ୱତ ସମାବେଶରେ କରୁଣାକର ପୃଷ୍ଟି କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ଓ ନିରୂପମା କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କବି ମନୋରଞ୍ଜନ ହୋତା, ଲେଖକ ଭାସ୍କର ପରିଛା, ଗୋପାଳ ମହାପାତ୍ର, ହରେରାମ ମହାନ୍ତି, ବାସୁଦେବ ସାମଲ, କମଳିନୀ ମଲ୍ଲିକ, ଅଶ୍ୱିନୀ ସୁତାର, ସ୍ତମ୍ଭକାର ଓଁ ଅଭିଜ୍ଞାନ ସାହୁ ଓ ଶଶୀକାନ୍ତ ପାଣିଗ୍ରାହୀଙ୍କ ସହ ଅନେକ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ।

Leave A Reply

Your email address will not be published.