Latest Odisha News

BREAKING NEWS

କଳିଙ୍ଗ ସୁପର କପ ଫୁଟବଲ: ସେମିରେ ମୁମ୍ବାଇ ସିଟି

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର କଳିଙ୍ଗ ସୁପର କପ ଫୁଟବଲର ଏକ ରୋମାଂଚକ ମୁକାବିଲାରେ ମୁମ୍ବାଇ ସିଟି ୧-୦ଗୋଲରେ ଇଂଟର କାଶୀକୁ ପରାସ୍ତ କରିଛି । ଏଥିସହ ମୁମ୍ବାଇ ଟିମ ସେମି ଫାଇନାଲରେ ପ୍ରବେଶ କରିଛି । ନର୍ଥଇଷ୍ଟ ୟୁନାଇଟେଡ ଏଫସି ଓ ଜାମସେଦପୁର ଏଫସି ମଧ୍ୟରେ ହେବାକୁ ଥିବା କ୍ୱାର୍ଟର ଫାଇନାଲ ମ୍ୟାଚର ବିଜେତାକୁ ମୁମ୍ବାଇ ସେମିରେ ଭେଟିବ । ୭୧ ତମ ମିନିଟରେ ବିଜୟୀ ଦଳ ପକ୍ଷରୁ ଲାଲିଆନାଜୁଆଲା ଚାଂଗଟେ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଇଂଟର କାଶୀ ଶେଷ ପର୍ଯ୍ୟନ୍ତ ଗୋଲ ଶୁଝାଇବା ପାଇଁ କଠିନ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା ।

ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ୫୩ତମ ମିନିଟରେ ନିକୋ କାର୍ଲେସ ଗୋଲର ଏକ ଚମତ୍କାର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାହା ସ୍କୋର ହୋଇପାରି ନ ଥିଲା । ଓର୍ଟିଜଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲଶ । ଓଡିଶା ସରକାର କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଓଏଏସ ସୋନାଲୀ ଚାନ୍ଦ ଏହି ପୁରସ୍କାର ପ୍ରଦାନ କରିଥିଲେ ।

Comments are closed.