Latest Odisha News

BREAKING NEWS

ଆଜି ଛଟ୍ ପୂଜାର ଅନ୍ତିମ ଦିବସ, ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ସମାପନ କଲେ ବ୍ରତ

ଭୁୁବନେଶ୍ୱର: ଆଜି ହେଉଛି ଛଟ୍ ପୂଜାର ଉଦଯାପନୀ ଦିବସ। ୪ଦିନ ଧରି ଚାଲିଥାଏ ପର୍ବ। ସମାପନ ଦିବସରେ ସକାଳୁ ନଦୀ କିମ୍ବା ପୋଖରୀରେ ଉଦିତ ସୂର୍ଯ୍ୟକୁ ଅର୍ଘ ପ୍ରଦାନ କରି ବ୍ରତର ସମାପନ କରଛନ୍ତି ବ୍ରତଧାରୀ। ବିଶ୍ୱାସ ରହିଛି ଯେ, ଛଟ୍ ପୂଜାର ଶେଷ ଦିନରେ ଉଦିତ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ପରିବାରରେ ସୁଖ, ବୃଦ୍ଧି ପାଇଥାଏ।

ଛଟ୍ ପୂଜାର ପ୍ରଥମ ଦିନରେ ବ୍ରତଧାରୀମାନେ ଗୋଟିଏ ଥର ଖାଇଥାନ୍ତି। ଦ୍ୱିତୀୟ ଦିନ ହେଉଛି ଖରନା। ଏହି ଦିନ ଗୁଡ଼ର କ୍ଷୀରି, ରୁଟି କରି ବ୍ରତଧାରୀ ଖାଇଥାନ୍ତି। ତୃତୀୟ ଦିନ ମଧ୍ୟ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି। ଏହାପରେ ରାତିସାରା ଉପବାସ ରହି ଭୋରରୁ ନଦୀ କିମ୍ବା ପୋଖରୀକୁ ଯାଇ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ବ୍ରତ ସମାପନ କରିଥାନ୍ତି। ପୂର୍ବରୁ ବିହାର, ଉତ୍ତର ପ୍ରଦେଶରେ ଏହି ବ୍ରତ ପାଳନ କରାଯାଉଥିବାବେଳେ ଏବେ ଅନେକ ରାଜ୍ୟରେ ଏହି ଛଟ୍ ପୂଜା ପାଳନ କରାଯାଉଛି।

ରାଉରକେଲାର ବୈକୁଣ୍ଠ ଘାଟ, ତେତେରକେଲା, ଜାମସେରା, ତୁମକେଲା, ବାଲୁଘାଟ ଆଦି ବିଭିନ୍ନ ଘାଟରେ ବ୍ରତଧାରୀମାନେ ସାମାଜିକ ଦୂରତା ରଖି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ବ୍ରତ ସମାପନ କରିଥିଲେ। ଝାରସୁଗୁଡ଼ା ସହରାଞ୍ଚଳର ବିଟିଏମ୍ କଲୋନୀ, ବକ୍ସି ଛକ, ବୁରୋମାଳ, ସରବାହଲ, ପୁରୁଣାବସ୍ତି ସମେତ ବ୍ରଜରାଜନଗର, ମଣ୍ଡଳିଆ, ବେଲପାହାଡ଼ ସହ ବନ୍ଧବାହାଲର ବିଭିନ୍ନ ଜଳାଶୟରେ ଛଟ୍ ପର୍ବକୁ ପାଳନ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.