Latest Odisha News

BREAKING NEWS

ଜୀବନ ନେଉଛି ମହାମାରୀ: ୨୪ ଘଣ୍ଟାରେ ଓଡ଼ିଶାରୁ ଆଉ ୧୫ ମୃତ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ କରୋନା । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାର ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ଗତ କିଛି ଦିନ ହେବ କରୋନା ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ୪ ଆକ୍ରାନ୍ତ । ସୁନ୍ଦରଗଡ଼ରେ ମୋଟ୍ ମୃତ୍ୟୁସଂଖ୍ୟା ୧୨୩କୁ ବୃଦ୍ଧି ପାଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ବି ବଢୁଚି ଡେଥ୍ କେସ୍ । କରୋନାରେ ୨୭୩ ଜଣଙ୍କର ଜୀବନ ଗଲାଣି । ଗତ ୨୪ ଘଣ୍ଟାରେ ଆଉ ୩ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଭୁବନେଶ୍ୱରରୁ ଦୁଇ ଜଣ ଆକ୍ରାନ୍ତ । ସେହିପରି କେନ୍ଦୁଝର ଜିଲ୍ଲାରୁ ୨ ଜଣ ମୃତ୍ୟୁବରଣ କରିଛନ୍ତି ।

ଏମାନଙ୍କ ବ୍ୟତୀତ ଅନୁଗୁଳ, ବଲାଙ୍ଗିର, କଟକ, ଗଞ୍ଜାମ, ଝାରସୁଗୁଡ଼ା, ସମ୍ୱଲପୁର ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୬ଶହ ୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୫୨% ।

Leave A Reply

Your email address will not be published.