Latest Odisha News

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରେ କଣ ସବୁ ନୀତି ରହିବା ଓ ରଥଯାତ୍ରା ପାଇଁ କଣ ସବୁ ନୀତି ରହିବ ଏ ନେଇ ସମସ୍ତ ନୀତିନିର୍ଘଣ୍ଟ ସ୍ଥିର କରାଯାଇଛି । ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ସ୍ନାନ ଯାତ୍ରା ପାଇଁ ଆସନ୍ତା ୨୪ ତାରିଖ ରାତି ଗୋଟାଏରୁ ଭୋର ୪ଟା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ନୀତି ହେବ ।

ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ଜଳଲାଗି ନୀତି ସଂପନ୍ନ କରିବାକୁ ସ୍ଥିର ହୋଇଛି । ଦିନ ୧୧ଟା ୩୦ରୁ ୧୨ଟା ୩୦ମଧ୍ୟରେ ଛେରାପହଁରା ହୋଇ ଶ୍ରୀଜିଉଙ୍କୁ ହାତୀବେଶ କରାଯିବ । ସେହିଭଳି ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚା ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ସକାଳ ୮ଟାରେ ରଥ ପ୍ରତିଷ୍ଠା ସହ ୮ଟା ୩୦ରୁ ଆରମ୍ଭ ହେବ ପହଣ୍ଡି । ଦିନ ୨ଟାରେ ଛେରା ପହଁରା ନୀତି ଶେଷ କରି ରଥଟଣା ଅପରାହ୍ନ ୩ଟା ସୁଦ୍ଧା ଆରମ୍ଭ କରାଯିବ । ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି ।।

Leave A Reply

Your email address will not be published.