Latest Odisha News

BREAKING NEWS

ବଲାଙ୍ଗୀର ଏସପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର : ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ବଲାଙ୍ଗୀରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଏହାର ଏସଆଇଟି ତଦନ୍ତ ଦାବିରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରଉ ଡାକରା ଦିଆଯାଇଥିଲା ।

ଏହି ସମୟରେ ରାଜ୍ୟ ସରକାରଙ୍କ ଅଘୋଷିତ ଗୁଣ୍ଡାସାଜି ଓଡିଶା ପୋଲିସ ସେଠାରେ ଆନ୍ଦୋଳନ ରତ ଛାତ୍ରଙ୍କୁ ଓ କଂଗ୍ରେସ ର କର୍ମୀମାନଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ପୋଲିସ କର୍ମଚାରୀ ମାନେ କଂଗ୍ରେସ ଭବନ ଭିତରକୁ ପଶି କର୍ମୀମାନଙ୍କୁ ପ୍ରବଳ ମାଡ ମାରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏହି ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ନିନ୍ଦା କରିବା ସହ ଆଜି ଓଡିଶାର ସମସ୍ତ ଜିଲ୍ଲାରେ ଏସପି ଅଫିସ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ନେତ୍ୱତ୍ୱରେ ସମସ୍ତ ଛାମୁଆ ସଂଙ୍ଗଠନ ସହ ଯୋଗରେ ବକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ବଲାଙ୍ଗୀର ଏସପି ଅଫିସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.