Latest Odisha News

BREAKING NEWS

ଓମିକ୍ରନ ଭୟ: ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧ରେ ବେଳାଭୂମିରେ ଜନସମାବେଶକୁ ନିଷିଦ୍ଧ

ଚେନ୍ନାଇ: ଓମିକ୍ରନ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ନୂତନ କରୋନା ଭାଇରସ୍ ପ୍ରକାରର କାୟା ବିସ୍ତାର ନକରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସତର୍କତାମୂଳକ ପଦକ୍ଷେପଭାବେ ତାମିଲନାଡ଼ୁ ସରକାର ଚଳିତବର୍ଷ ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧, ୨୦୨୨ରେ ରାଜ୍ୟର ସମସ୍ତ ବେଳାଭୂମିରେ ଜନସମାବେଶକୁ ନିଶିଦ୍ଧ କରିଛନ୍ତି ।

କରୋନା କାୟା ବିସ୍ତାରକୁ ରୋକିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଡ଼ିସେମ୍ବର ୩୧ ଓ ଜାନୁଆରୀ ୧ତାରିଖରେ ସମସ୍ତ ବେଳାଭୂମିରେ ଲୋକଙ୍କ ନିକଟରେ କୌଣସି ସୁବିଧା ଉପଲବ୍ଧ ହେବନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଏକ ବିବୃତ୍ତିରେ ପ୍ରକାଶ ପାଇଛି । ଚେନ୍ନାଇର ମେରିନା ବିଚ୍ ସବୁଠୁ ଲୋକପ୍ରିୟ ବେଳାଭୂମି । ନୂଆବର୍ଷରେ ବହୁ ଲୋକଙ୍କ ଗହଣରେ ପରିପୂର୍ଣ୍ଣ ହୋଇଥାଏ ଏହି ବେଳାଭୂମି ।

ତାମିଲନାଡ଼ୁ ଏପର୍ଯ୍ୟନ୍ତ କୌଣସି ଓମିକ୍ରନ ମାମଲା ଚିହ୍ନଟ ହୋଇନାହିଁ । ସୋମବାର ଦିନ ମୁଖ୍ୟମନ୍ତ୍ରୀ ଏକ କୋଭିଡ଼-୧୯ ସମୀକ୍ଷା ବୈଠକ କରିଥିଲା । ଯେଉଁଠାରେ ସାମାଜିକ, ସାଂସ୍କୃତିକ ତଥା ରାଜନୀତିକ ବୈଠକରେ ଥିବା ପ୍ରତିବନ୍ଧକକୁ ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.