Latest Odisha News

BREAKING NEWS

ପୁଣି ଜଣେ ଥାନାଧିକାରୀ ନିଲମ୍ବିତ

ଛତ୍ରପୁର: କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଥାନାଧିକାରୀ । ଗଞ୍ଜାମ ଜିଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି । ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଦେବାଶିଷ ଚଳିତ ବର୍ଷ ଫେବୃଆରୀ ୨୪ରେ ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ l ମାତ୍ର ୫ ମାସ ୨୦ ଦିନ କାମ କଲା ପରେ ତାଙ୍କ କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ । ଏହା ପୂର୍ବରୁ ସେ ପୁରୀ ଜିଲା ଡେଲାଙ୍ଗର ଥାନାଧିକାରୀ ଭାବେ କାର୍ଯ୍ୟ କରୁଥିଲେ ।

Comments are closed.