Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୭୦ ଘଣ୍ଟା ହେଲା ୮୦ ଫୁଟ୍ ତଳେ ଫସିଛି ରାହୁଲ୍, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ବୋରୱେଲରୁ ମୁକୁଳିବ ରାହୁଲ । ସଫଳ ହେବ ୭୦ ଘଣ୍ଟାର ଅପରେସନ୍ । ସମୟ ଗଡ଼ିବା ସହ ସସପେନ୍ସ ବଢ଼ୁଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାହୁଲ ରେସ୍କ୍ୟୁ ଅପରେସନ୍ । ଛତିଶଗଡ଼ର ଜାଞ୍ଜଗିରିର ଏକ ଗାଁରେ ଦୀର୍ଘ ୭୦ ଘଣ୍ଟା ହେଲା ବୋରୱେଲରେ ଫସିଛି ୧୦ ବର୍ଷର ରାହୁଲ । ଏନଡିଆରଏଫ୍, ଏସଡିଆରଏଫ୍ ସହ ବୋରୱେଲ୍ ରୋବୋଟ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାହୁଲ୍ ୮୦ ଫୁଟ୍ ତଳେ ଫସିଥିବା ବେଳେ ୭୦ ଘଣ୍ଟା ବିତିଲାଣି । ତଥାପି ନା ରାହୁଲ ନା ଉଦ୍ଧାରକାରୀ ଦଳ ହାର୍ ମାନିଛନ୍ତି ।

ପ୍ରଥମେ ନର୍ଭସ ଥିବା ରାହୁଲ ଉଦ୍ଧାରକାରୀ ଦଳକୁ ନିଜ ଉଦ୍ଧାର ପାଇଁ ସେତେଟା ସହଯୋଗ କରିପାରୁ ନଥିଲା । ଏବେ ସେ ସବୁ ସହଯୋଗ କରୁଛି । କେତେବେଳେ ବାଲଟିରେ ପାଣି କାଢ଼ି ପକାଉଛି ତ ଆଉ କେବେ ହାତ ହଲେଇ ଡାକୁଛି । କହୁଛି ମୋତେ ଶୀଘ୍ର ଏ ଅନ୍ଧାର ଗାତରୁ ଉଦ୍ଧାର କର । ରାହୁଲ ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ୍ ପଠା ଯାଉଥିବା ବେଳେ ପ୍ରସ୍ତୁତ ରହିଛନ୍ତି ଡାକ୍ତରୀ ଦଳ ।

ଆଜି ସକାଳେ ରସି ସାହାଯ୍ୟରେ ରାହୁଲକୁ କଦଳୀ ଖାଇବାକୁ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଉଦ୍ଧରାକାରୀ ଟିମ୍ ଠାରୁ ରାହୁଲ ମାତ୍ର ୨ ମିଟର ଦୂରରେ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ରାହୁଲକୁ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜାପାଠ କରାଯାଉଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ରାହୁଲ ସୁରକ୍ଷିତ ଉଦ୍ଧାର ହେଉ ।

Leave A Reply

Your email address will not be published.