Latest Odisha News

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇଁବ ମୌସୁମୀ । ହେଲେ ତା ପୂର୍ବରୁ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଆତଙ୍କିତ କଲାଣି । ପାଣିପାଗ ବିଭାଗର ସୂଚନା ପ୍ରକାର ଜୁନ୍ ୧ରୁ ୧୨ ମଧ୍ୟରେ ରାଜ୍ୟରେ ୧୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୫୦.୮ ମିମି ତୁଳନାରେ ୭୯% କମ୍ ରହିଛି । ଏହି ସମୟ ପରିଧି ମଧ୍ୟରେ ୩ ଜିଲ୍ଲାରେ ଆଦୌ ହୋଇନଥିବା ବେଳେ ୩ ଜିଲ୍ଲାରେ ୨୦%ରୁ ୫୯% ପ୍ରତିଶତ ଏବଂ ୨୪ ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ୬୦% ରହିଛି ।

ମାଲକାନଗିରି, ସୋନପୁର ଓ ବରଗଡ଼ ଜିଲ୍ଲାରେ ଆଦୌ ବର୍ଷା ହୋଇ ନାହିଁ । ନୂଆପଡ଼ା, ଦେବଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ସମ୍ଭାବନା ଥିବାରୁ ବର୍ଷା ସ୍ଥିତିରେ ସୁଧାର ଆସିବା ଆଶା କରାଯାଉଛି । ଯଦି ମୌସୁମୀ ଆହୁରି ବିଳମ୍ବ ହୁଏ ତ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବ ।

ଅନ୍ୟପଟେ ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାର । ଆଗାମୀ ୨୪ ଘଣ୍ଟାରେ ଘଡ଼ଘଡ଼ି ନେଇ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.