Latest Odisha News

ପ୍ରଧାନମନ୍ତ୍ରୀଙ୍କ ସଭାକୁ ଯାଉଥିବା ବିଜେପି କର୍ମୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ:୨ ମୃତ

ନୂଆଦିଲ୍ଲୀ: ଛତିଶଗଡର ବେଲତରା ହାଇୱେରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ଯୋଗ ଦେବା ପାଇଁ ଅମ୍ବିକାପୁର ଜିଲ୍ଲାର ବିଜେପି କର୍ମୀମାନେ ଏହି ଗାଡ଼ିରେ ଦେବା ପାଇଁ ଯାଉଥିଲେ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ବସରେ ପ୍ରାୟ ୪୦ ଜଣ ବିଜେପି କର୍ମକର୍ତ୍ତା ଥିଲେ । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି ।

ଏହି ବସରେ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ଅମ୍ବିକାପୁରରେ ମୋଦିଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ଯାଉଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାରୀ ଟିମ ଆହତଙ୍କୁ ବସ ଭିତରୁ କାଢି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଡ୍ରାଇଭରର ଆଖି ଲାଗି ଯାଇଥିଲ ଯାହା ଫଳରେ ଏତେବଡ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏହି କହିରଖିବୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟୀୟ ରାଜମାର୍ଗ ୩୦, ରାୟପୁର-କୋଡେବୋଡ ଖଣ୍ଡର ଚାର ଲୋନ୍ ବିଶଷ୍ଟ ରାସ୍ତା ଓ ଏନଏଚ ୧୩୦ର ୫୩ କିଲୋମିଟର ରାସ୍ତାର ଲୋକାର୍ପଣ  କରିବେ ।

Comments are closed.