Latest Odisha News

BREAKING NEWS

ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ନିନ୍ଦନୀୟ କାରନାମା; ଆଗ ମାରିଲେ, ତା’ପରେ ଭୁଲ୍‌ ମାଗିଲେ

ନୂଆଦିଲ୍ଲୀ: ଆଗ ମାରିଲେ ତା’ପରେ ଭୁଲ୍‌ ମାଗିଲେ। ଛତିଶଗଡ଼ର ସୁରଜପୁର ଜିଲ୍ଲା କଲେକ୍ଟର କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିବା ସହ ତାଙ୍କ ଫୋନ୍‌ ତଳେ ଫୋପାଡି ଦେଇଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା କଲେକ୍ଟର ଉକ୍ତ ବ୍ୟକ୍ତିଙ୍କୁ ନିଜ ଅସଦାଚରଣ ଲାଗି ଭୁଲ୍‌ ମାଗିଥିଲେ।

ତେବେ ଏହି ଘଟଣା ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ରବିବାର ଦିନ ନିଷ୍ଠୁର ବ୍ୟବହାର ପାଇଁ ସୁରଜପୁରର ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ସ୍ଥାନାନ୍ତର କରିଛନ୍ତି।

“ସୁରଜପୁର ଜିଲ୍ଲା କଲେକ୍ଟର ରଣବୀର ଶର୍ମା ଜଣେ ଯୁବକଙ୍କ ସହ ଅସଦାଚରଣ କରିଥିବା ଘଟଣା ସୋସିଆଲ ମିଡିଆ ଦ୍ୱାରା ମୋ ଦୃଷ୍ଟି ଆକର୍ଷଣ କରିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ। ଛତିଶଗଡରେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ। କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।” ବୋଲି ଟୁଇଟ୍‌ କରି କହିଛନ୍ତି ଛତିଶଗଡ଼ ସିଏମ୍‌।

Leave A Reply

Your email address will not be published.