Latest Odisha News

ବାଲେଶ୍ୱରରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର

ବାଲେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରରେ ବସୁଛି ଘନ ଘନ ବୈଠକ । ଆଜି ବାଲେଶ୍ୱରରେ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଜିଲ୍ଲାପାଳ, ଏସପି ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂରେ ବିଡିଓ ଓ ତହସିଲଦାରଙ୍କ ସହ ପ୍ରସ୍ତୁତି ବାବଦରେ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ବାଲେଶ୍ୱର ଜିଲ୍ଲାରେ ମୋଟ୍ ୧୨ଶହ ୨୩ଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ ହୋଇଛି । ଅତିରିକ୍ତ ଆଶ୍ରୟ ସ୍ଥଳ ବି ଚିହ୍ନଟ ହୋଇଛି । ଉଦ୍ଧାର ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ସଜାଗ ଜିଲ୍ଲା ପ୍ରଶାସନ । ଉଦ୍ଧାର ଓ ଥଇଥାନ ପାଇଁ ବାଲେଶ୍ୱର ଜିଲ୍ଲାରେ ୭ଟି ଏନଡିଆରଏଫ୍ ଟିମ୍ ମୁତୟନ ରହିବେ ।

କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଓ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ଏସଆରସି । ଗତକାଲି ସେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.