Latest Odisha News

BREAKING NEWS

ନୂଆପଡ଼ାରେ ଛତିଶଗଡ ବନ ବିଭାଗର ଚଢଉ; ବାଘ ଛାଲ ଜବତ, ୬ ଅଟକ

ନୂଆପଡା: ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ବାଘ ଛାଲ, ନଖ, ଦାନ୍ତ, ବଜ୍ର କାପ୍ତାର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି  ।   ବାଘ ଶିକାର ସନ୍ଦେହରେ ଛଅ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଛତିଶଗଡ ବନ ବିଭାଗ  । ଅଟକ ଛଅ ଜଣଙ୍କ ମଧ୍ୟରେ  ନୂଆପଡା ଜିଲ୍ଲା ବୋଡେ଼ନ ଥାନା ପାଟଧରା ଗାଁର ୪ ଜଣ, ଚିକଲ ଚୁଆଁ ଏବଂ ଖଡୁପାଣି ଗାଁର ଜଣେ ଲେଖାଏ ଅଛନ୍ତି ।

BjdElectrycity

ସୂଚନାଥାଉ କି, ଛତିଶଗଡ ରାଜ୍ୟ ଉଦନ୍ତୀ ସୀତା ନଦୀ ଅଭୟାରଣ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଟ୍ରାକ କ୍ୟାମେରା ଲଗାଇ ବାଘର ଗତିବିଧି ଉପରେ ନଜର ରଖା ଯାଇଥିଲା । କ୍ୟାମେରାରେ ଦୁଇଟି ମହାବାଳ ବାଘ ଚିତ୍ର କଏଦ ହୋଇଥିଲା  । ହେଲେ କିଛି ଦିନ ପରେ ଗୋଟିଏ ମହାବାଳ ବାଘ କ୍ୟାମେରାରେ ଦେଖା ଯାଉ ନ ଥିଲା  ।

ପରେ କୌଣସି ସୂତ୍ରରୁ ଖବର ପାଇ ଛତିଶଗଡ ବନ ବିଭାଗ ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଖଡୁପାଣି ଗାଁର ଜଣଙ୍କ ଘରେ ଚଢ଼ାଉ କରିଥିଲା । ଛତିଶଗଡର ଉଦନ୍ତୀ ସୀତା ନଦୀ ଅଭୟାରଣର ଉପ ନିର୍ଦ୍ଧେଶକ ଅନୁଜ ଜୈନଙ୍କ ନେତୃତ୍ୱରେ କୋଡ଼ିଏ ଜଣିଆ ଏକ ଦଳ ଖଡ଼ିଆଳ ବନଖଣ୍ଡ ଅଫିସରେ ପହଁଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି  ।

ଛତିଶଗଡ ବନ ବିଭାଗ ପକ୍ଷରୁ ଏହି ତଦନ୍ତ ଦୀର୍ଘ ଦୁଇ ଦିନ ହେବ ଚାଲିଛି । କିନ୍ତୁ ଏ ନେଇ ଖଡ଼ିଆଳ ବନ ବିଭାଗ ପାଖରେ ସଠିକ ତଥ୍ୟ ନାହିଁ  । ଏ ସମ୍ପର୍କରେ ଖଡ଼ିଆଳ DFOଙ୍କୁ ପଚାରିବାରୁ ସେ କହିଛନ୍ତି, ଛତିଶଗଡ଼ର ଏକ ସ୍ୱତନ୍ତ୍ର ଟିମ ତଦନ୍ତ ଚଳାଇଛି । ଆମକୁ ଜଣାଇଲେ ଆମେ ସବିଶେଷ  ତଥ୍ୟ ପ୍ରକାଶ କରିବୁ  ।

Leave A Reply

Your email address will not be published.