Latest Odisha News

BREAKING NEWS

ରିଲିଜ ହେଲା କାର୍ତ୍ତିକ-କିଆରାଙ୍କ ଚଳଚ୍ଚିତ୍ର ‘ସତ୍ୟ ପ୍ରେମ କି କଥା’ର ଟ୍ରେଲର

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ‘ସତ୍ୟ ପ୍ରେମ କି କଥା’ର ଟ୍ରେଲର ରିଲିଜ ହୋଇଛି। ଭୁଲ ଭୁଲେୟା ପରେ ‘ସତ୍ୟ ପ୍ରେମ କି କଥା’ ଚଳଚ୍ଚିତ୍ର ସହ ଏହି ରୋମାଣ୍ଟିକ ଯୋଡିର ଅନସ୍କ୍ରିନ ରୋମାନ୍ସ ପୁଣିଥରେ ବଡ଼ ପରଦାରେ ନଜର ଆସିବ। ‘ଶେହଜାଦା’ ପରେ ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନ ତାଙ୍କର ଏହି ଫିଲ୍ମରୁ ବହୁତ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ‘ଜୁଗ୍ ଜୁଗ୍ ଜିଓ’ ଏବଂ ‘ଗୋବିନ୍ଦା ନାମ ମେରା’ ଚଳଚ୍ଚିତ୍ର ଫ୍ଲପ୍ ହେବା ପରେ କିଆରା ଏହି ଫିଲ୍ମ ହିଟ୍ ଦେବେ ବୋଲି ଆଶା ରଖିଛନ୍ତି। ‘ସତ୍ୟ ପ୍ରେମ କି କଥା’ର ଟିଜର ପୂର୍ବରୁ ରିଲିଜ ହୋଥିବା ବେଳେ ଆଜି ଏହାର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରଟି ୨.୩୫ ମିନିଟର ରହିଛି । ଏଥିରେ ଉଭୟେ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଥିବା ବେଳେ ଏଥିରେ ମେଲୋଡ୍ରାମା, କମେଡି ମଧ୍ୟ ଦୃଶ୍ୟ ରହିଛି।

ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ ଏକ ଲଭର ବୟ ଅନ୍ଦାଜରେ ନଜର ଆସୁଛନ୍ତି, ଯିଏ କି ପ୍ରକୃତ ପ୍ରେମର ସନ୍ଧାନରେ ରହିଛନ୍ତି। ଟ୍ରେଲରରେ କାର୍ତ୍ତିକ ଆର୍ଯ୍ୟନ ପୁରୁଣା ଶୈଳୀରେ କମେଡି କରୁଛନ୍ତି, ଯାହାକୁ ଆପଣ ତାଙ୍କ ଚଳଚ୍ଚିତ୍ର ପ୍ୟାର କା ପଞ୍ଚନାମା, ସୋନୁ କେ ଟିଟୁ କି ସ୍ୱିଟି, ଲୁକା ଛୁପି ଏବଂ ଭୁଲ ଭୁଲେୟା-2 ରେ ଦେଖିଥିବେ। ସେହିପରି କିଆରା ଏକ ରାଜ ପରିବାରର ଝିଅ ହୋଇଥିବେ। ଉଭୟଙ୍କର ପ୍ରେମ ବିବାହ ହେବ ଏବଂ ପରେ ଦୁହେଁ ଭିନ୍ନ ହୋଇଯିବେ। ସେମାନେ ଏପରି ଅଲଗା ହେବାର କାରଣ ହିଁ ଫିଲ୍ମର ସସପେନ୍ସ କ୍ରିଏଟ କରୁଛି।

ଏହି ଫିଲ୍ମ ଟ୍ରେଲର ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ଏହାକୁ ପାଞ୍ଚ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି। ରବିବାର ଫିଲ୍ମର ନୂଆ ପୋଷ୍ଟର ରିଲିଜ ହେବା ସହ ଜୁନ ୨୯ ତାରିଖରେ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ରିଲିଜ ହେବ ବୋଲି ଘୋଷଣା ହୋଇଛି। ତେବେ କାର୍ତ୍ତିକ ଏବଂ କିଆରାଙ୍କ ଯୋଡ଼ିକୁ ପୁଣିଥରେ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.