Latest Odisha News

BREAKING NEWS

ଗୋବର କିଣିବେ ଛତିଶଗଡ ସରକାର

ରାୟପୁର: ଛତିଶଗଡ ସରକାର ଗୋଧନ ନ୍ୟାୟ ଯୋଜନା ଅନୁସାରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ପଶୁପାଳନକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ମନ୍ତ୍ରୀ ରବୀନ୍ଦ୍ର ଚୌବେ ଗାଈର ଗୋବର କିଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । କିଲୋଗ୍ରାମ ପିଛା ୧ଟଙ୍କା ୫୦ ପଇସା ଦରରେ ସରକାର ଏହାକୁ କ୍ରୟ କରିବେ ।

BjdElectrycity

ଏହା ଦ୍ୱାରା ଗୋପାଳକମାନେ ଲାଭ ପାଇବେ ଏବଂ ଗାଈର ଗୋବରରୁ ପ୍ରସ୍ତୁତ ଉର୍ବର ମୃତିକା ଅନ୍ୟ ଚାଷୀଙ୍କୁ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ୨୫ ଜୁନ୍‌ରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ଆଗାମୀ ଜୁଲାଇ ୨୦ରୁ ଏହା ବିଧିବଦ୍ଧ ଭାବେ ଲାଗୁ କରାଯିବ ।

Leave A Reply

Your email address will not be published.