Latest Odisha News

ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ ୬ ଗୁରୁତର

ରାଇପୁର: ଛତିଶଗଡର ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବେମେତରା ଜିଲ୍ଲାରୁ ୭୦ କିଲୋମିଟର ଦୂରରେ ଥିବା ବୋରସି ଗାଁରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଏହି ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।  ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି ।

ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ଘଟଣାସ୍ଥଳରେ ଏସଡିଆରଏଫ ଏବଂ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେପଟେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

କୁହାଯାଉଛି ଯେ ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥାଇପାରେ । କାରଣ ଏହି ବିସ୍ଫୋରଣ ସମୟରେ ଅନେକ କର୍ମଚାରୀମାନେ ଫ୍ୟାକ୍ଟ୍ରିରେ ଉପସ୍ଥିତ ଥିଲେ । ଏଥିସହିତ ଆଖପାଖ ଅଞ୍ଚଳ ଅଗ୍ନିକାଣ୍ଡ ଦ୍ୱାରା କ୍ଷତି ହୋଇଛି । ଖବର ପାଇ ଜିଲ୍ଲା ପ୍ରଶାସନର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଏବଂ ବିସ୍ଫୋରଣରେ କ୍ଷୟକ୍ଷତି ସଂପର୍କରେ ସ୍ପଷ୍ଟ ଜଣା ପଡିନାହିଁ ।

Leave A Reply

Your email address will not be published.