Latest Odisha News

ରାଜ୍ୟରେ ସକାଳ ୧୧ ଟା ସୁଦ୍ଧା ୨୧.୩୦ % ମତଦାନ, ଭୁବନେଶ୍ବରରେ ନାହିଁ ଆଶାନୁରୂପ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୧୧ ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୨୧. ୩୦ ପ୍ରତିଶତ ମତଦାନ । ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ବେଳେ ୧୧ ଟା ବେଳେ ଏହା ୨୧ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହାରି ଭିତରେ ଢେଙ୍କାନାଳ ୨୨.୪୧ ପ୍ରତିଶତ ଭୋଟ ଗ୍ରହଣ କରି ସବୁଠୁ ଆଗରେ ରହିଛି । ଏହି କ୍ରମରେ ସମ୍ବଲପୁର ୨୧.୮୯ ପ୍ରତିଶତ, ପୁରୀ ୨୧.୫୧ ପ୍ରତିଶତ, କେନ୍ଦୁଝର ୨୦. ୮୯ ପ୍ରତିଶତ, ଭୁବନେଶ୍ବରରେ ୨୦.୭୨ ପ୍ରତିଶତ ଏବଂ କଟକରେ ୨୦.୪୭ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି । ତେବେ  ରାଜଧାନୀ ଭୁବନେଶ୍ବରରେ ସେହିପରି ଆଶାନୁରୂପ ଭୋଟ ଗ୍ରହଣ କରାଯାଇନାହିଁ ।

ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ମତଦାନରେ ରାଜଧାନୀ ଭୁବନେଶ୍ବର ସମେତ ପୁରୀ, କଟକ, ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳରେ ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା ।  ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ନିଜର ମନ ପସନ୍ଦ ନେତା ବାଛୁଛନ୍ତି ଜନତା। ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି ।

Leave A Reply

Your email address will not be published.