Latest Odisha News

BREAKING NEWS

ଛତିଶଗଡ ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ୧ମ ପର୍ଯ୍ୟାୟ ମତଦାନ, ମାଓପ୍ରବଣ ଦାନ୍ତେୱାଡାରେ ବିସ୍ଫୋରଣ

ନୂଆଦିଲ୍ଲୀ : ଛତିଶଗଡ଼ରେ ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପର‌୍ୟ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନକ୍ସଲ ପ୍ରଭାବିତ ୧୮ଟି ଆସନ ରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଦନ୍ତେୱାଡାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସିଆରପିଏଫ୍ ୧୯୫ ବାଟାଲିୟନ କ୍ୟାମ୍ପ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ଏଥିସହିତ ୧୮୩ ନମ୍ବର ଭୋଟ ଗ୍ରହଣ କେନ୍ଦ୍ରଠାରୁ ମାତ୍ର ୧୭୦ ମିଟର ଦୂରରେ ଏହି ଅଘଟଣ ଘଟିଥିଲା ।

ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡିଛି । ତେବେ ଗତ ୧୫ ଦିନ ମଧ୍ୟରେ ନକ୍ସଲ ମାନେ ପାଖାପାଖି ୩ଟି ବଡଧରଣର ବିସ୍ଫୋରଣ ଘଟାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୮ ତାରିଖରେ ଦନ୍ତେୱାଡାର ଏକ ସ୍ଥାନରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରି ଏକ ବସକୁ ଉଡାଇଦେଇଥିଲେ । ସେହି ଘଟଣାରେ ଜଣେ ସିଆରପିଏଫ୍ ଯବାନଙ୍କ ସମେତ ୪ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିଲେ ।

ଆହୁରି ମଧ୍ୟ ଅକ୍ଟୋବର ୩୦ ତାରିଖରେ ସୁରକ୍ଷାକର୍ମୀଙ୍କ ସହିତ ସେଠାକୁ ନିର୍ବାଚନ କଭରେଜ ପାଇଁ ଯାଇଥିବା ଦୂରଦର୍ଶନର ଏକ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଥିାଲ । ଫଳରେ ସେଠାରେ ୨ଜଣ ସୁରକ୍ଷାକର୍ମୀଙ୍କ ସହ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିଲା ।

Leave A Reply

Your email address will not be published.