Latest Odisha News

BREAKING NEWS

ଆଜି ମାଲକାନଗିରି ଗସ୍ତରେ ଓଡିଶା ରାଜ୍ୟପାଳ

ଭୁବନେଶ୍ୱର : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ଦିନ ମାଲକାନଗିରି ଗସ୍ତ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଗସ୍ତ କରି ରାଜ୍ୟପାଳ ପ୍ରଥମେ ବିଏସଏଫ୍ ଶିବିରରେ ପହଞ୍ଚି ସେଠାରେ ଆୟୋଜିତ ଏକ ବୈଠକରେ ଯୋଗଦେବେ । ବାଲିମେଳା ବ୍ଲକର କୋରୁକୁଣ୍ଡା ଅନ୍ତର୍ଗତ ଏକ ସରସ୍ୱତୀ ଶିଶୁ ମନ୍ଦିର ଓ ପରେପରେ ଅଙ୍ଗନବାଡୀ କେନ୍ଦ୍ରର ଶ୍ରମିକ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଆୟୋଜିତ ହେଉଥିବା ସଭା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ୮ଜଣ ଡିଏସପି, ୮ଜଣ ଇନସପେକ୍ଟର ଏବଂ ୯ଜଣ ସବ-ଇନସପେକ୍ଟରଙ୍କ ସମେତ ୧୪ ପ୍ଲାଟୁନ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତିି ।

ଏହି ଅଞ୍ଚଳରେ ଗତ କିଛିଦିନ ହେଲା “ମାଓବାଦୀ ବିରୋଧି ଅଭିଯାନ ଜାରି ରହିଛି” ବୋଲି କହିଛନ୍ତି ମାଲକାନଗିରି ଏସପି ଜଗମୋହନ ମୀନା ।

Leave A Reply

Your email address will not be published.