Latest Odisha News

ଦୂତୀ ଚାନ୍ଦଙ୍କୁ ମିଳିବ ଛତିଶଗଡ ବୀରନି ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ଦ୍ରୁତ ଧାବିକା ଦୂତୀ ଚାନ୍ଦଙ୍କୁ ଛତିଶଗଡ ବୀରନି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଗୁରୁବାର ଦିନ ଛତିଶଗଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଜାକର୍ତ୍ତା ଏସିଆନ ଗେମ୍ସର ୧୦୦ ଏବଂ ୨୦୦ ମିଟର ଦୋୖଡରେ ସେ ରୌପ୍ୟ ପଦକ ଜିତିଥିଲେ। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ଏହି ପୁରସ୍କାର ସମାରୋହର ଉଦଘାଟନୀ ସଂସ୍କରଣ ଏପ୍ରିଲ୍ ୧୪ ରେ ଅନୁଷ୍ଠିତ ହେବ। ଭାରତର ଦ୍ରୁତତମ ଏହି ମହିଳା ଧାବିକା ଗତ ବର୍ଷ ଅଗଷ୍ଟରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଥିଲେ।

Comments are closed.