Latest Odisha News

BREAKING NEWS

ଓଡ଼ିଶା ପୋଲିସ ଦ୍ୱାରା ମହିଳା ମାଓବାଦୀ ଗିରଫ, ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

ନବରଙ୍ଗପୁର: ଚଳିତ ମାସ ପ୍ରାରମ୍ଭରୁ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଆହତ ହୋଇଥିବା ଛତିଶଗଡର ଜଣେ ମହିଳା ମାଓବାଦୀ ଗିରଫ। ଏହି ମହିଳା ନକ୍ସଲକୁ ନବରଙ୍ଗପୁରରେ ଓଡିଶା ପୋଲିସ ଗିରଫ କରିଛି। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ଥାନା ଏକାୱାରି ଗାଁରୁ ଆହତ ମହିଳା ମାଓବାଦୀ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରାଯାଇଛି।

ଗିରଫ ମାଓବାଦୀଙ୍କ ନାଁ ମ୍ୟାଙ୍ଗ ନୁରେଟି (ସିନ୍ଧୁ) । ବୟସ ପ୍ରାୟ ୨୫ ବର୍ଷ ହେବ । ରବିବାର ଦିନ ଛତିଶଗଡର ଧମନ୍ତରୀ ଜିଲ୍ଲା ଖଲାରି ଥାନା ଅନ୍ତର୍ଗତ ଏକାୱାରି ଗ୍ରାମରେ ନବରଙ୍ଗପୁର ପୋଲିସର ଗୁଇନ୍ଦା ଟିମ, ଦୁଇଟି ଏସଓଜି ଟିମ୍ ଓ ଗୋଟିଏ ଡିଭିଏଫ ଟିମ୍ ସହ ୨୧ ସଦସ୍ୟ ବିଶିଷ୍ଟ ନବରଙ୍ଗପୁର ପୋଲିସର ଟିମ୍ ଏକ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ ।

ଅପରେସନ ସମୟରେ ଛତିଶଗଡ଼ ଏକୱାରି ଗ୍ରାମର ଏକ ଘର ମଧ୍ୟରୁ ଜଣେ ମହିଳା ନକ୍ସଲଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ପରେ ଜଣାପଡିଛି ଯେ ସେ ଏପ୍ରିଲ ୧୨ ତାରିଖରେ ଛତିଶଗଡ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସେ ଜଡିତ ଥିଲେ।

Leave A Reply

Your email address will not be published.