Latest Odisha News

BREAKING NEWS

ସୁବର୍ଣ୍ଣ ସୁଯୋଗ ହାତଛଡା କଲା ଆରସିବି, ୧ ରନରେ ଜିତିଲା କେକେଆର

ଇଡେନଗାର୍ଡେନ: ଏଠାରେ ରବିବାର ଅନୁଷ୍ଠିତ ଆଇପିଏଲର ଏକ ରୋମାଂଚକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ପରାସ୍ତ କରିଛି । ଏହି ପରାଜୟ ଯୋଗୁ ଆରସିବିର ପ୍ଲେ ଅଫ ପ୍ରବେଶ ଆଶା ପ୍ରାୟତଃ କ୍ଷୀଣ ହୋଇଛି । ପ୍ରଥମେ ବ୍ୟାଟିଂ କରି କେକେଆର ୬ ୱିକେଟ ବିନିମୟରେ ୨୨୨ ରନ କରିଥିଲା । ଫିଲ ସଲ୍ଟ ୪୮ ଓ ଅଧିନାୟକ ଶ୍ରେୟାଶ ଆୟାର ୫୦ ରନର ଇନିଂସ ଖେଳିଥିଲେ । ୟଶ ଦୟାଲ ଓ କାମେରୁନ ଗ୍ରୀନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୨୨୩ ରନର ଲକ୍ଷ୍ୟକୁ ପିଛା କରି ୩୫ ରନରେ ବିରାଟ କୋହଲି ଓ ଫାପ ଡୁ ପ୍ଲେସିଙ୍କ ୱିକେଟ ହରାଇ ବିପଦରେ ପଡିଥିଲା । କୋହଲି ୧୮ ଓ ଡୁ ପ୍ଲେସି ୭ ରନ କରି ଆଉଟ ହୋଇଥିଲେ । ଏହା ପରେ ୱିଲ୍ସ ଜ୍ୟାକ୍ସ ଓ ରଜତ ପାଟୀଦାର ଯଥାକ୍ରମେ ୫୫ ଓ ୫୨ ରନ କରି ଇନିଂସ ସମ୍ଭାଳିଥିଲେ ।

ଏହା ପରେ ନିୟମିତ ବ୍ୟବଧାନରେ ଆରସିବିର ୱିକେଟ ପଡିବା ଫଳରେ ମ୍ୟାଚ ହାତ ଛଡା ହେବାକୁ ଲାଗିଥିଲା । ଶେଷ ଓଭରରେ ଆରସିବି ୨୧ ରନ ଆବଶ୍ୟକ କରୁଥିବା ବେଳେ କର୍ଣ୍ଣ ଶର୍ମା ୩ଟି ଛକା ମାରି ମ୍ୟାଚରେ ରୋମାଂଚ ଭରିଥିଲା । ୨ଟି ବଲରେ ୩ ରନ ଥିବା ବେଳେ ସେ ଆଉଟ ହୋଇଥିଲେ । ଶେଷ ବଲରେ କେକେଆର ୧ ରନ କରିବାକୁ ସକ୍ଷମ ହୋଇଥିଲା । ୨ ରନ ନେବା ଚକ୍କରରେ ଲକ୍ୟୁ ଫର୍ଗୁଶନ ରନ ଆଉଟ ହୋଇଥିଲେ । ବେଙ୍ଗାଲୁର ୮ ମ୍ୟାଚରେ ୨ ଓ କେକେଆର ୭ ମ୍ୟାଚରୁ ୧୦ ପଂଏଟ ହାସଲ କରିଛି । ଆଇପିଏଲ ଟ୍ରଫି ଜିତି ପାରି ନ ଥିବା ଆରସିବିର ପ୍ରଦର୍ଶନ ଏଥର ନୈରାଶ୍ୟଜନକ ରହିଛି ।

Leave A Reply

Your email address will not be published.