Latest Odisha News

BREAKING NEWS

‘ଛୋଟା କିଷାନ, ଦେଶ କି ଶାନ୍’: ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର

ନୂଆଦିଲ୍ଲୀ: ଛୋଟା କିଷାନ୍ ବନେ ଦେଶ କି ଶାନ୍ । ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ନୂଆ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଅଭିଭାଷଣରେ ସେ କହିଛନ୍ତି, ଛୋଟା କିଷାନ୍, ଦେଶ କି ଶାନ୍ ହୁଅନ୍ତୁ ଏହା ତାଙ୍କର ସ୍ୱପ୍ନ ।

ଆଗାମୀ ଦିନରେ ଛୋଟ ଛୋଟ ଚାଷୀଙ୍କର ସାମୂହିକସ୍ତରରେ ଶକ୍ତି ବୃଦ୍ଧି କରିବା ଉପରେ ଫୋକସ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ୮୦% ଚାଷୀଙ୍କର କମ୍‌ ପରିମାଣର ଜମି ଅଛି । ତେଣୁ କୃଷି କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନର ଉପଯୋଗ ଜରୁରୀ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଫସଲ ବୀମା ଯୋଜନାରେ ସୁଧାର ହେଉ କି ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି ନିର୍ଣ୍ଣୟ । ସହଜ ସୁଧରେ ଋଣ ଯୋଗାଣ ହେଉ କି ସୋଲାର ପାଓ୍ୱାର ସହ ଜଡିତ ଯୋଜନା କ୍ଷେତ ଯାଏ ପହଞ୍ଚାଇବା ସହ କୃଷକ ଉତ୍ପାଦକ ସଂଗଠନ ଆଦି ପ୍ରୟାସ ଛୋଟ ଛୋଟ କୃଷକଙ୍କ ଶକ୍ତି ବୃଦ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱଦେଶୀ ଦ୍ରବ୍ୟର ପ୍ରଚାର ପ୍ରସାର ଦେଶକୁ ଆର୍ଥିକ ରୂପରେ ସମୃଦ୍ଧ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.