Latest Odisha News

BREAKING NEWS

କମିଲା ସଂକ୍ରମଣ: ଆଜି ଓଡ଼ିଶାରୁ ୧୦୫୮ ନୂଆ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୫୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୪୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୬, କଟକରୁ ୧୬୨ ଓ ଯାଜପୁରରୁ ୭୭ ପଜିଟିଭ୍ ବାହାରିଛନ୍ତି ।

ଆଜି ଗଜପତି ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ୨୬ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ସେଥିରୁ ୧୫ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ । ୨୪ ଘଣ୍ଟାରେ ରାଜ୍ୟରେ ୬୯ହଜାର ୩୫ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୫୩ ପ୍ରତିଶତ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୯୪ହଜାର ୫୬୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୭୭ହଜାର ୧୯୭ ସଂକ୍ରମିତ । ଏବେ ରାଜ୍ୟରେ ୧୦ହଜାର ୪୨୮ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.