Latest Odisha News

BREAKING NEWS

ଛୋଟା ରାଜନଙ୍କୁ ୧୦ ବର୍ଷ ଜେଲ୍‌

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କୁ ବୁଧବାର ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୦ ବର୍ଷର ଜେଲ ଓ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୩ରେ ଅଜୟ ଗୋସଲିୟାଙ୍କ ହତ୍ୟା ମାମଲାରେ ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ବୁକି ତଥା ବିଲ୍ଡର ଅଜୟଙ୍କୁ ଏକ ମଲ ବାହାରେ ୩ଜଣ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ ।

ପୋଲିସ ତଦନ୍ତ କରିବା ପରେ ଛୋଟା ରାଜନ ସମ୍ପୃକ୍ତି ଥିବା ଜାଣି ପାରିଥିଲା । ୨୦୧୩ରେ ଏ ନେଇ ୭ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଥିଲା । ରାଜନଙ୍କୁ ବାଲୀରୁ ଗିରଫ କରାଯିବା ପରେ ଭାରତ ଅଣାଯାଇଥିଲା ଏବଂ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

Leave A Reply

Your email address will not be published.