Latest Odisha News

BREAKING NEWS

ଶ୍ରୀମନ୍ଦିରରେ NSG ଟିମ୍, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି ଟିମ୍ 

ପୁରୀ: ଶ୍ରୀମନ୍ଦିରରେ ଏନଏସଜି ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏନଏସଜି ଟିମ୍ ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବ ଏହି ୩ ଜଣିଆ ଟିମ୍ । ଏଥିସହିତ ପ୍ରଶାସନ ସହ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରିବ । 

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀଙ୍କ ସହ ପୋଲିସ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଏହାପରେ ପ୍ରଶାସନ ସହ ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବ ୩ ଜଣିଆ ଟିମ୍ । ଭକ୍ତଙ୍କ ଧାଡି ଦର୍ଶନ ସହ ୱାଚ୍ ଟାୱାରକୁ ମଧ୍ୟ ଟିମ୍ ଅନୁଧ୍ୟାନ କରୁଛନ୍ତି । 

ଗତକାଲି ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ଏନଏସଜି ଟିମ୍ । ବିଶ୍ବ ପ୍ରସିଦ୍ଧା ଐତିହ୍ୟସ୍ଥଳଗୁଡିକ ଆତଙ୍କବାଦୀ ଆକ୍ରମଣରୁ କେତେ ସୁରକ୍ଷିତ ରଖିହେବ ସେନେଇ ସ୍ଥାନୀୟ ସ୍ପେଶାଲ ଟାକ୍ଟିକାଲ ୟୁନିଟ ସହିତ ମିଶି ସୁରକ୍ଷା ଯାଞ୍ଚ କରିବ ଏହି ଟିମ୍ । 

Leave A Reply

Your email address will not be published.