ଛୁଇଁଯାଉଥିଲା…
ପ୍ରୀତି ପ୍ରତୀକ୍ଷା
ବେଦନାସିକ୍ତ ଜୀବନ ଭିତରେ
କାହାରି ନା କାହାରି
ଟିକିଏ ଭଲପାଇବା,
ଟିକିଏ ପ୍ରେମ,
ଟିକିଏ ସ୍ନେହ,
ପ୍ରଗାଢ ମୋହରେ ବୁଣିଦେଉଥିଲା
ବଂଚିବାର ରାହାଟିଏ !
ଉଜୁଡ଼ା କ୍ଷେତରେ ସଜଡା ଫସଲ
ଦୂରତାର ବିଡମ୍ବନା…
ସଂପର୍କର ବିଶ୍ୱାସସବୁ
ଧୋକା ଦେବାବେଳେ
କିଏ ନା କିଏ ହାତ ବଢାଉଥିଲା
ପ୍ରେମର ମହାପ୍ରସାଦ ହୋଇ…
ଭାଙ୍ଗି ଯାଉଥିବା ମନ
କାହିଁକି ଯେ ଚେଇଁ ଉଠୁଥିଲା
ନିବିଡ ବଂଧୁତ୍ୱର ରାଣ ଦେଇ
ସବୁ ପରେ ବି, କିଏଜଣେ
ଛୁଇଁଯାଉଥିଲା…
ଗଭୀରତମ ପ୍ରଦେଶରେ,
ପ୍ରେମର ସାଇତା ଯେତେ
ଅକୁଣ୍ଠିତ ଗଣ୍ଠିଲି ଭିତରେ…
ଏକ ଦୀର୍ଘନିଃଶ୍ୱାସରେ
ସେ ଗଣ୍ଠିଲିକୁ ଖୋଲୁଖୋଲୁ
ପ୍ରଣୟର ପାଖୁଡା…
ଆତ୍ମୀୟଙ୍କ କୋଳାହଳ…
ବଂଧୁତ୍ୱର ବଂଶୀ…
ମହାନୁଭବର ସାଥୀ ହୋଇ
ସତେ ଯେମିତି କହୁଥିଲା, ପ୍ରୀତି…
ହାପି ବାର୍ଥଡେ ଟୁ ୟୁ
ହାପି ବାର୍ଥଡେ ଟୁ ୟୁ…
………………
ପ୍ଲସ୍ ଥ୍ରୀ ଫାଇନାଲ୍ ଇଅର, ବିଜେବି କଲେଜ, ଭୁବନେଶ୍ଵର
Comments are closed.