Latest Odisha News

BREAKING NEWS

ନୂଆଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ପ୍ରଥମ ଓ ଦ୍ୱିତୀୟ ମହଲାରେ ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଏମ୍ସର ପ୍ରଥମ ଓ ଦ୍ୱିତୀୟ ମହଲାରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଏଯାବତ୍ କୌଣସି ମୃତାହତ ତଥା କ୍ଷୟକ୍ଷତି ସମ୍ପର୍କରେ ସୂଚନା ହସ୍ତଗତ ହୋଇପାରି ନାହିଁ ।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ସମ୍ପର୍କରେ ଏଯାବତ୍ ଜଣାପଡିନଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଗ୍ନିଶମ କର୍ମଚାରୀମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.