ଚିଆ ସିଡ୍ ବା ଓଡ଼ିଆରେ କହିଲେ ବଣ ତୁଳସୀ ମଞ୍ଜି । ଏହାର ଉପକାର ଆମେ ଅଳ୍ବ ବହୁତ ଜାଣିଛେ । ଏହି ଚିଆ ସିଡରେ ଓମେଗା-୩, ମ୍ୟାଗ୍ନେସିୟମ । ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ । ଏହାର ଏହି ସବୁ ଗୁଣ ପାଇଁ ଏହାକୁ ସୁପର ଫୁଡ୍ ବୋଲି କୁହାଯାଏ । ଏହା ରାଶି ଭଳି ଦେଖାଯାଏ । କଳା ରଙ୍ଗର ଏହି ମଞ୍ଜିକୁ ପାଣିରେ ପକାଇଲେ ଏହା ଫୁଲିଯାଏ । ଏହି ପାଣିରେ ଲେମ୍ବୁ, କଳା ଲୁଣ ଏବଂ ମିଶ୍ରି ମିଶାଇ ପିଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ବହୁ ହିତକର ହୋଇଥାଏ। ଏହାକୁ ସବୁଦିନ ପିଇଲେ ବହୁତ ଲାଭ ଦେଇଥାଏ ।
ଚିଆ ସିଡ୍ ଛୋଟ ହୋଇପାରେ, କିନ୍ତୁ ଏହା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପୁଷ୍ଟିକର ପଦାର୍ଥରେ ପରିପୂର୍ଣ୍ଣ। ପ୍ରଚୁର ପରିମାଣରେ ପୁଷ୍ଟିକର ଚିଆ ସିଡ୍ରେ ଓମେଗା-3 ଫ୍ୟାଟି ଏସିଡର ପ୍ରମୁଖ ଉତ୍ସ ରହିଛି। ଏହି ସିଡ୍ରେ ପ୍ରଚୁର ପରିମାଣରେ ଲୌହ ଏବଂ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ। ଆଣ୍ଟିଅକ୍ସିଡାଣ୍ଟ ମଧ୍ୟରେ କ୍ଲୋରୋଜେନିକ ଏସିଡ, କାଫିକ ଏସିଡ ଏବଂ କ୍ୱେରସେଟିନ ଅନ୍ତର୍ଭୁକ୍ତ। ଯାହା ଆପଣଙ୍କ ହାର୍ଟ ଏବଂ ଯକୃତର ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ।
ଦୁଇ ଚାମଚ ବା ୨୮ ଗ୍ରାମ ଚିଆ ସିଡ୍ରେ ପ୍ରଚୁର ପୋଷକ ତତ୍ତ୍ୱ ଥାଏ। ସାଲଭିଆ ହିସପାନିକା ଗଛରୁ ମିଳୁଥିବା ଏହି କଳା କିମ୍ବା ଧଳା ମଞ୍ଜିଗୁଡ଼ିକ ୧୩୮ କ୍ୟାଲୋରୀ, ୮.୭ ଗ୍ରାମ ଚର୍ବି, ୪.୭ ଗ୍ରାମ ପ୍ରୋଟିନ ଏବଂ ୯.୮ ଗ୍ରାମ ଫାଇବର ପ୍ରଦାନ କରେ। ଚିଆ ସିଡ୍ ଓଜନ ହ୍ରାସ କରିବାରେ ବହୁତ ପ୍ରଭାବଶାଳୀ ଏବଂ ପାଚନ ପ୍ରକ୍ରିୟାକୁ ଉନ୍ନତ କରି ପେଟକୁ ସୁସ୍ଥ ଏବଂ ଫିଟ କରିଥାଏ।