ଚେନ୍ନାଇ: ନାଗରିକ ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସିଏଏକୁ ନେଇ ସେ କହିଛନ୍ତି ଏହା ଇସଲାମିକ୍ ଓ କେନ୍ଦ୍ର ସରକାର ଭିତରର ଯୁଦ୍ଧ ନୁହେଁ । ବରଂ ଭାରତର ଜନସାଧାରଣ ଏବଂ ବିଜେପି ମଧ୍ୟର ଯୁଦ୍ଧ । ବିଜେପି ଅର୍ଥବ୍ୟବସ୍ଥାକୁ ନେଇ ଆଲୋଚନା କରିବା ବଦଳରେ ସିଏଏ ଏବଂ ଏନଆରସି କଥା କହୁଛି । ସିଏଏ ଆଇନକୁ ଚିଦାମ୍ବରମ ପରୋକ୍ଷରେ କଟାକ୍ଷ ମଧ୍ୟ କରିଛନ୍ତି । ଏପରିକି ଚିଦାମ୍ବରମ କହିଛନ୍ତି, ଭାରତ ଗସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ମୋଦୀ ପଚାରନ୍ତ. ଆସାମରୁ ୧୯ ଲକ୍ଷ ଲୋକଙ୍କୁ ପ୍ରତ୍ୟର୍ପଣ କରିବା ସମ୍ଭବ କି ନାହିଁ । ଚେନ୍ନାଇରେ ସିଏଏ ବିରୋଧୀ କାର୍ଯ୍ୟକ୍ରମରେ ଯୋଗଦେଇ ଚିଦାମ୍ବରମ କିଛି ଏଭଳି କହିଛନ୍ତି ।
BREAKING NEWS
- ବାନ୍ଧବୀଙ୍କ ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଭରିଥିଲେ ବିସ୍ଫୋରକ
- ଓଡିଆଙ୍କ ଅନନ୍ୟ ପରମ୍ପରା କାଞ୍ଚିଅଁଳା ନବମୀ, ଘରେ ଘରେ ପୂଜା ହୁଅନ୍ତି ଶୁଖୁଆ ବୋହୁ
- ବୌଦ୍ଧରେ ୨ଟି ମାଓବାଦୀ ଶିବିରରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ
- ଝାଡଖଣ୍ଡରେ ହେମନ୍ତ ହିରୋ
- ଧାନ କିଣା ନେଇ ମିଲର ମାନଙ୍କକୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ
- ଝାଡଖଣ୍ଡ ରେଜଲ୍ଟ: ସରକାର ଗଢିପାରେ ହେମନ୍ତଙ୍କ ଜେଏମଏମ
- ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍
- ଉପନିର୍ବାଚନ ଫଳାଫଳ: ୱାୟନାଡରେ ପ୍ରିୟଙ୍କା, ୟୁପିରେ ବିଜେପି ଆଗୁଆ
- ଟି୨୦ରେ ବିଶ୍ୱରେକର୍ଡ କଲେ ତିଳକ
- ଉତ୍ତରପ୍ରଦେଶ ଉପନିର୍ବାଚନ: ୭ଟି ଆସନରେ ଆଗୁଆ ଅଛି ବିଜେପି
Comments are closed.