Latest Odisha News

BREAKING NEWS

ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦୀ !

ଅହମଦାବାଦ୍:ବହୁ ପ୍ରତୀକ୍ଷାର ଅନ୍ତ କରି ଭାରତ ପହଞ୍ଚିଛନ୍ତି ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ । ତାଙ୍କ ସହ ଅଛନ୍ତି ପତ୍ନୀ, ଝିଅ ଓ ଜ୍ୱାଇଁ ।

ଅହମଦାବାଦର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଛନ୍ତି।

ଏହାପରେ ବିମାନ ବନ୍ଦରରୁ ବାହାରି ଟ୍ରମ୍ପ ଓ ମୋଦି ଦୀର୍ଘ ୨୨ କିଲୋମିଟର ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପାଖାପାଖି ୧ ଲକ୍ଷ ଲୋକଙ୍କୁ ଉଭୟ ନେତା ସମ୍ବୋଧନ କରିବେ।

Leave A Reply

Your email address will not be published.