ଅନୁଗୁଳ: ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଘରେ ଭିଜିଲାନ୍ସ। ଭୁବନେଶ୍ବର ଆରଡି ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଅନୁଗୁଳର ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍।
ଅନୁଗୋଳ, ଢେଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଅନୁଗୋଳ ଜିଲ୍ଲାର କରଡ଼ାଗାଡ଼ିଆ, ଲକେଇପସି, ମତିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କରଡ଼ାଗାଡ଼ିଆରୁ ୨ କୋଟି ୧ ଲକ୍ଷ ଟଙ୍କା ଜବତ ହୋଇଛି । ତେବେ ଆଉ କିଛି ଦିନ ପରେ ତାଙ୍କର ଚାକିରି କାର୍ଯ୍ୟକାଳ ସରିଥାନ୍ତା । ହେଲେ ଅବସର ପୂର୍ବରୁ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
Comments are closed.