ଭୁବନେଶ୍ବର: ଇଂରାଜୀ ନବବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଇଂରାଜୀ ନୂଆବର୍ଷକୁ ପାଳନ କରିବେନି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଆସନ୍ତା ଇଂରାଜୀ ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୌଣସି ଉତ୍ସବ ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ କାରଣରୁ ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ସେହିପରି ଅଦିନିଆ ଲଘୁଚାପ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକାଂଶ ଚାଷୀଙ୍କ ଫସଲ ହାନି ହୋଇଛି। ତେଣୁ ଶୁଭେଚ୍ଛୁମାନେ ଇଂରାଜୀ ନବବର୍ଷରେ କୌଣସି ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନେଇ ନଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ପାଇଁ ଦେଶରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ରାଷ୍ଟ୍ରୀୟ ଶୋକକୁ ସମ୍ମାନ ଜଣାଇ ସରକାରୀ ନିୟମ ଅନୁସାରେ କୌଣସି ପ୍ରକାରର ଉତ୍ସବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ତେଣୁ ନବବର୍ଷରେ ତାଙ୍କ ନିକଟକୁ କୌଣସି ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ନନେଇ ଆସିବାକୁ ଶ୍ରୀମତୀ ପରିଡ଼ା ଅନୁରୋଧ କରିଛନ୍ତି।
Comments are closed.