କଟକ: ସମ୍ବଲପୁର ଓ କଟକରେ ହେବ ମହାନଦୀ ରିଭର ଫ୍ରଣ୍ଟ । ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ । ଦୁଇଟି ପ୍ରକଳ୍ପ ପାଇଁ ୨ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଐତିହାସିକ ବାଲି ଯାତ୍ରାକୁ ଉଦଘାଟନ ସମୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଭୁଵନେଶ୍ବର ମେଟ୍ରୋ ରେଳ ସମ୍ପ୍ରସାରିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କଟକ ସହର ଭିତରକୁ ସମ୍ପ୍ରସାରିତ ହେବ ମେଟ୍ରୋ ରେଳ । ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
ତେବେ କଟକରେ ଗତକାଲି ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରାରେ ଚଳିତଥର ୧୩ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି କରାଯିବା ସହ ୮ଟି ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଉପର ଓ ତଳ ପଡ଼ିଆକୁ ମିଶାଇ ମୋଟ୍ ୩୨ ଏକର ଜାଗାରେ ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି । ଏହି ଐତିହାସିକ ଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।