Latest Odisha News

BREAKING NEWS

ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ନୂଆଁଖାଇ ଅବସରରେ ସମ୍ବଲପୁରରେ ସିଏମ କିଷାନ ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଆଉ ଏକ ନୂଆ ଯୋଜନାର ମଧ୍ୟ ଘୋଷଣା କରିଛନ୍ତି । ତାହା ହେଲା ସିଏମ କିଷାନ ଯୋଜନାର ହିତାଧକାରୀଙ୍କ ପିଲା ମାନଙ୍କ ଲାଗି କୃଷି ବିଦ୍ୟାନିଧି ଯୋଜନା ।

ଏହି ଯୋଜନାରେ ବୈଷୟିକସ୍ତରୀୟ ଉଚ୍ଚ ଶିକ୍ଷା ପାଇଁ ଛାତ୍ରବୃତ୍ତି ଆକାରରେ ପାଇବେ ସିଏମ କିଷାନ ଯୋଜନାର ହିତାଧକାରୀଙ୍କ ପିଲାମାନେ ।

ସେହିପରି, ରାଜ୍ୟରେ ଆଉ ଏକ ଏମ୍ସ ହସ୍ପିଟାଲ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ସମ୍ବଲପୁରରେ ଏମ୍ସ ହସ୍ପିଟାଲ ଖୋଲିବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ମଧ୍ୟ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ରାଜ୍ୟରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସମ୍ବଲପୁରରେ ହେବ ।

Comments are closed.