Latest Odisha News

BREAKING NEWS

ସୁନା ଚୋରାଚାଲାଣ ଜାଣିଥିଲେ ମୁଖ୍ୟମନ୍ତ୍ରୀ: ସ୍ବପ୍ନା ସୁରେଶ

ଥିରୁଭନ୍ତପୁରମ୍: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନାମରେ ବଡ଼ ଅଭିଯୋଗ ଆଣିଛନ୍ତି ସ୍ପପ୍ନା ସୁରେଶ । ସୁନା ଚୋରା ଚାଲାଣ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକଙ୍କ ଜାଣତରେ ହେଉଥିବା ସେ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି କୋର୍ଟ ଆଗରେ

ସୁନା ଚୋରା ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶ  କୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ । ସୂଚନା ଅନୁସାରେ ଏର୍ନାକୁଲମ୍ ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ କୋର୍ଟରେ ର ଧାରା 164 ଅନୁଯାୟୀ ତାଙ୍କ ବିବୃତ୍ତି ରେକର୍ଡ କରିବା ବେଳେ ଜୁନ୍ 7ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସ୍ବପ୍ନା ସୁରେଶ କହିଛନ୍ତି ଯେ ୟୁଏଇର କନସୁଲ୍ ଜେନେରାଲଙ୍କ ବାସଭବନରୁ ସୁନା ହାଣ୍ଡି ରେ ବିରିୟାନି ହାଣ୍ଡି ପଠାଯାଇଛି। ଏହା ସିଏମଓରେ ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରୁଥିବା ଏମ ସିଭାସାନକରଙ୍କ ନିର୍ଦ୍ଦେଶରେ କରାଯାଇଛି।

ସିଭାସାନକର, ସିଏମ, ତାଙ୍କ ପତ୍ନୀ କମଲା ଏବଂ ଝିଅ ରେନା, ତାଙ୍କ କାର୍ଯ୍ୟାଳୟ ସଚିବ ସି ଏମ ରେଭେନ୍ଦ୍ରନ୍, ଆଇଏଏସ୍ ଅଧିକାରୀ ନାଲିନୀ ନେଟ୍ଟୋ ଏବଂ ଜଲିଲଙ୍କ ସୁନା କାରବାରରେ ସଂପୃକ୍ତ ଅଛନ୍ତି  । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସୁନା ଚୋରା ଚାଲାଣ ହୋଇଥିବା ସତ୍ୟପାଠରେ କହିଛନ୍ତି ସ୍ବପ୍ନା ।  ଏହି ପରି ଅନେକ ଘଟଣା ଘଟିଛି।

ଏଥିସହ ଉପଯୁକ୍ତ ତଦନ୍ତ କରିବାକୁ କୋର୍ଟ ଏବଂ ଅନୁସନ୍ଧାନକାରୀ ସଂସ୍ଥାକୁ ସେ ଅନୁରୋଧ କରିଛନ୍ତି। “କୋର୍ଟରେ ଅନ୍ୟ ସମସ୍ତ କଥା କୁହାଯାଇଛି। ଏଭଳି ଦୁର୍ନୀତିରେ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ଉଠିଥିଲା । ତେବେ କୋର୍ଟରେ ଏପରି ଅଭିଯୋଗ ଉଠିବା ପରେ କଂଗ୍ରେସ ରାଜ୍ୟ ସଭାପତି କେ.ସୁଧାକରନ୍ ସିଏମ୍ ବିଜୟଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.