Latest Odisha News

BREAKING NEWS

ଶିଳ୍ପା ସେଟ୍ଟୀଙ୍କ ଜନ୍ମଦିନରେ କିଛି ଏପରି ଟୁଇଷ୍ଟ ଆଣିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଆଜି ୪୭ ବର୍ଷ ବୟସରେ ପାଦ ଦେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା । ଏହି ଅବସରରେ ତାଙ୍କୁ ସୋସିଆଲ୍ ମିଡିଆରେ ମିଳିଛି ଢେର ସାରା ଶୁଭକାମନା । ହେଲେ ଖାସ କରି ଏକ ନିର୍ଦ୍ଧିଷ୍ଟ ଟୁଇଟ୍ କିନ୍ତୁ ତାଙ୍କୁ ସବୁଠୁ ଅଧିକ ଖୁସୀ ଆଣିଦେଇଛି ।

ଅନ୍ୟ କାହାରି ନୁହେଁ ବରଂ ସ୍ୱାମୀ ରାଜ କୁନ୍ଦ୍ରାଙ୍କର ଏକ ପ୍ରେମଭରା ଟୁଇଟ୍ ହିଁ ସାଜିଛି ଶିଳ୍ପା କୁନ୍ଦ୍ରାଙ୍କ ପାଇଁ ସବୁଠୁ ପ୍ରେସିଅସ୍ ଗିଫ୍ଟ । ପ୍ରାୟ ବର୍ଷେ ପୂର୍ବରୁ ଅଶ୍ଳୀଳ ଫିଲ୍ମ ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିଲେ । ସେହି ସମୟରେ ରାଜ କୁନ୍ଦ୍ରା ସମସ୍ତ ପ୍ରକାର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଦୂରେଇ ଯାଇଥିଲେ । ହେଲେ ଶିଳ୍ପାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ତାଙ୍କ କମ୍‌ବ୍ୟାକ୍ ଏବେ ଚର୍ଚ୍ଚାରେ ରହିଛି ।

କାହିଁକି ଗିରଫ ହୋଇଥିଲେ ରାଜ କୁନ୍ଦ୍ରା ?

ମୋବାଇଲ ଆପ୍ଲିକେସନ୍ ଜରିଆରେ ଅଶ୍ଳୀଳ ଭିଡିଓ ପ୍ରଦର୍ଶନ କରିବା ନେଇ ୨୦୨୧, ଜୁଲାଇ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା । ଏହା ପରଠୁ ସୋସିଆଲ୍ ମିଡିଆ ଛାଡନ୍ତୁ ସର୍ବସମ୍ମୁୁଖରେ ମଧ୍ୟ ରାଜ କୁନ୍ଦ୍ରାଙ୍କୁ ଦେଖିବାକୁ ମିଳୁନଥିଲା । ତେବେ ବୋଧ ହୁଏ ଶିଳ୍ପାଙ୍କ ଜନ୍ମଦିନରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି ।

Leave A Reply

Your email address will not be published.