Latest Odisha News

BREAKING NEWS

ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହେବା ପରେ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ରଜନୀକାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ । ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହେବା ପରେ ରଜନୀକାନ୍ତଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ ଲେଖିଛନ୍ତି, ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ମହାନ୍ ଅଭିନେତା ରଜନୀକାନ୍ତଙ୍କୁ ଶୁଭେଚ୍ଛା । ଭାରତୀୟ ସିନେମାର ଅଭିବୃଦ୍ଧି ପାଇଁ ଅଭିନେତା ରଜନୀକାନ୍ତଙ୍କର ଅତୁଳନୀୟ ଅବଦାନ ରହିଛି । ଯେଉଁଥିପାଇଁ ଆଜି ତାଙ୍କର ଅଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ ।

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ନେଇ ଆଜି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ରଜନୀକାନ୍ତ ୨୦୧୯ ଦାଦାସାହେବ ଫାଲକେ ପୁରସ୍କାର ପାଇବେ । ସେଥିପାଇଁ ମୁଁ ବହୁତ ଖୁସି । ଚଳିତବର୍ଷ ଦାଦା ସାହେବ ଫାଲକେର ୫ ଜଣ ଜୁରୀ ଆଶା ଭୋଁସଲେ, ସୁଭାଷ ଘାଇ, ମୋହନ ଲାଲ, ଶଙ୍କର ମହାଦେବନ ଏବଂ ବିଶ୍ୱଜିତ ଚାଟାର୍ଜୀଙ୍କୁ ନେଇ ଗଠିତ ପ୍ୟାନେଲ ସର୍ବସମ୍ମତି କ୍ରମେ ରଜନୀକାନ୍ତଙ୍କ ପାଇଁ ଏହି ପୁରସ୍କାର ସୁପାରିଶ କରିଛନ୍ତି । ଏନେଇ ପ୍ରକାଶ ଜାଭଡେକର ଟ୍ୱିଟ୍ କରି କହିଛନ୍ତି ।

ସିନେମାର ଗଡ ଫାଦର କୁହାଯାଉଥିବା ଦାଦାସାହେବ ଫାଲକେଙ୍କ ନାମରେ ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଏ । ୧୯୬୯ ମସିହାରେ ଏହି ପୁରସ୍କାର ଆରମ୍ଭ ହୋଇଥିଲା । ଯିଏ ଏହି ପୁରସ୍କାର ପାଆନ୍ତି ତାଙ୍କୁ କେନ୍ଦ୍ର ସରକାର ଦଶ ଲକ୍ଷ ନଗଦ ଟଙ୍କା ଏବଂ ସୁନାର ପଦକ ଦିଅନ୍ତି ।

Leave A Reply

Your email address will not be published.