Latest Odisha News

BREAKING NEWS

ଉତ୍କୃଷ୍ଟ ସେବା ପାଇଁ ‘ପୋଲିସ ପଦକ’ ପ୍ରଦାନ, ୨୮ ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମ୍ମାନ

ଭୁବନେଶ୍ୱର: ୭୭ତମ ସ୍ୱାଧୀନତା ଦିବସ ଅବସରରେ ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ ଜଣ ମନୋନୀତ ପୋଲିସ ଅଧିକାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ସେବା ପାଇଁ ‘ପୋଲିସ ପଦକ’ ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ଜଣେ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଥିବା ବେଳେ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ ଏବଂ ୧୬ ଜଣଙ୍କୁ ସାହସିକତା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଛି।

ନିଜର ଖୁସି ବ୍ୟକ୍ତ କରି ଏସିପି ହିମାଂଶୁ ସ୍ୱାଇଁ କହିଛନ୍ତି, ଓଡ଼ିଶା ପୋଲିସରେ କାମ କରି ମୁଁ ଗର୍ବ ଅନୁଭବ କରୁଛି। ମୁଁ କହିପାରିବି ଯେ ବିଭାଗ ମୋର ସଚ୍ଚୋଟ କାର୍ଯ୍ୟକୁ ସ୍ବୀକୃତି ମିଳିଛି। ଯେଉଁମାନେ ନିଷ୍ଠାର ସହ ବିଭାଗ ପାଇଁ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଅଧିକାରୀମାନେ ବିଭାଗରେ ଯୋଗ ଦେଉଛନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ସେମାନେ ନିଜ ଚାକିରିକୁ ବୃତ୍ତି ପରିବର୍ତ୍ତେ ସେବା ବୋଲି ଭାବନ୍ତୁ।

ଏଏସ୍ଆଇ ବିଜ୍ଞାନ ଭୂଷଣ ମହାନ୍ତି ନିଜ ଭାବନା ବ୍ୟକ୍ତ କରି କହିଛନ୍ତି, ବିଭାଗରେ ମୋ ପାହ୍ୟାର ବହୁ ଅଧିକାରୀ ଥିଲେ ମଧ୍ୟ ବିଭାଗ ମୋତେ ୮୦ ପ୍ରତିଶତ ଶିକ୍ଷକ ଭାବେ ଜାଣେ। ମୁଁ କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟବାର୍କ ଆଣ୍ଡ ସିଷ୍ଟମ୍ (ସିସିଟିଏନ୍ଏସ୍)ର ବୈଷୟିକ ଜ୍ଞାନ ରାଜ୍ୟର ପ୍ରାୟ ସମସ୍ତ ଅଧିକାରୀଙ୍କୁ ଶିଖାଇଛି। ଆଉ ମୁଁ ଏବେ ବି ଶିକ୍ଷା ଦେଉଛି।

ରାଷ୍ଟ୍ରପତି ପଦକ ଭାବେ ଭିଜିଲାନ୍ସ ବିଭାଗର କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ ପଦକ ଗ୍ରହଣ କରିଛନ୍ତି। ସେହିପରି ପୋଲିସ ମେଡାଲ ପାଇଥିବା ପୋଲିସ ଅଧିକାରୀମାନେ ହେଲେ ଅତିରିକ୍ତ ଏସପି ଯତୀନ କୁମାର ପଣ୍ଡା, ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ଡିଭିଜନର ସୁଧାଂଶୁ ଶେଖର ପୂଜାରୀ, କମିସନରେଟ୍ ପୁଲିସର ଏସିପି ହିମାଂଶୁ ସ୍ୱାଇଁ, ପିଟିଆଇ ଡେପୁଟି କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର ଦାସ, ଏସ୍ଆଇଡବ୍ଲ୍ୟୁ ଇନ୍ସପେକ୍ଟର ଅରୁଣ ବଳିଆରସିଂହ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଏଏସ୍ଆଇ ଯୁଗଳ କିଶୋର ପ୍ରଧାନ,  କଟକ ଭିଜିଲାନ୍ସ କାର୍ଯ୍ୟାଳୟର କନେଷ୍ଟବଳ ସରବାଦିନ୍ ଖାନ୍, ଏସସିଆରବି ଭୁବନେଶ୍ୱରର ଏଏସ୍ଆଇ ବିଜ୍ଞାନ ଭୂଷଣ ମହାନ୍ତି, ବିଜୁ ପଟ୍ଟନାୟକ ପୁଲିସ ଏକାଡେମିର ଡ୍ରିଲ୍ ଇନ୍ସପେକ୍ଟର ଅନିଲ ମିଞ୍ଜ,  ରାଉରକେଲା ଚତୁର୍ଥ ବାଟାଲିୟନ ଯବାନ ପ୍ରଦୀପ ବେହେରା ।

Leave A Reply

Your email address will not be published.