Latest Odisha News

BREAKING NEWS

ପୋଖରୀ ହୁଡାରୁ ଝୁଲନ୍ତା ଅବସ୍ଥାରେ ଯୁବକର ଗଳିତ ମୃତଦେହ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ହନୁମନ୍ତିଆ ଜଙ୍ଗଲ ନିକଟ ଦୋବଲାପାଳ ଗ୍ରାମର ଜନକନାଳିରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଖରୀ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହଟି ଦେଖିବାକୁ ମିଳିଥିଲା ଏବଂ ଏହାର ଅଧା ଅଂଶ ପାଣିରେ ବୁଡ଼ି ଯାଇଥିଲା। ପୋଖରୀରୁ ଏକ ପର୍ସ, ଆଧାର କାର୍ଡ ଓ ମୋବାଇଲ୍ ଫୋନ୍ ମିଳିଛି।

ଆଧାର କାର୍ଡରୁ ମିଳିଥିବା ତଥ୍ୟ ଆଧାରରେ ମୃତଦେହଟି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢାପଙ୍କର ରବି ମୁଣ୍ଡାଙ୍କ ପୁଅ ଗୋବିନ୍ଦଙ୍କ ବୋଲି ସନ୍ଦେହ କରାଯାଉଛି।

କେନ୍ଦୁଝରର ଏକ ଦୂର ସ୍ଥାନରୁ ଅନୁଗୁଳର ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାରୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ଅନୁମାନ କରାଯାଉଛି। କେହି ଜଣେ ଯୁବକଙ୍କୁ ହତ୍ୟା କରି ପରେ ଝୁଲାଇ ଦେଇଥାଇ ପାରନ୍ତି ବୋଲି କିଛି ସ୍ଥାନୀୟ ଲୋକ କହିଛନ୍ତି।ତେଲକୋଇ ତହସିଲଦାର ଓ ପୁଲିସ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.