Latest Odisha News

BREAKING NEWS

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା ।

ଏହି ଉଦଘାଟନ ସମୟରେ ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ, ସରକାରୀ ଦଳ ମୁଖ୍ୟ ସଚେତନ ପ୍ରଶାନ୍ତ କୁମାର ମୁଦୁଲି, 5-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାନସଭା ସଚିବ ଦାଶରଥି ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହି ନବନିର୍ମିତ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭର ଉଚ୍ଚତା ହେଉଛି 32 ମିଟର ଓ ଜାତୀୟ ପତାକାର ଲମ୍ବ ହେଉଛି 20 ଫୂଟ, ଓସାର 30 ଫୂଟ। ଏହି ବିଶାଳକାୟ ସ୍ତମ୍ଭ ଓ ବୃହତ ତ୍ରିରଙ୍ଗା ଦେଶପ୍ରେମର ଏକ ଅନନ୍ୟ ସ୍ମାରକୀ ଭାବେ ରାଜଧାନୀ ଭୁବନେଶ୍ୱରର ଏକ ଅନୁପମ ଆକର୍ଷଣ ହେବ।

Leave A Reply

Your email address will not be published.