Latest Odisha News

BREAKING NEWS

ଦୁନିଆର ସବୁଠୁ ଛୋଟ ହ୍ୟାଣ୍ଡବ୍ୟାଗ୍‌, ବିକ୍ରି ହେଲା ୫୧.୬ ଲକ୍ଷରେ

ନ୍ୟୁୟର୍କ: ସାଧାରଣତଃ ପ୍ରତ୍ୟେକ ମହିଳା ହ୍ୟାଣ୍ଡବ୍ୟାଗ୍ ଧରିବାକୁ ପସନ୍ଦ କରିଥାନ୍ତି । କାରଣ ମହିଳାମାନେ ତା ଭିତରେ ମେକ୍‌ଅପ୍ ସାମଗ୍ରୀଠୁ ଆରମ୍ଭ କରି ଯେତେ ସବୁ ଆବଶ୍ୟକୀୟ ଜିନିଷ ରଖିଥାନ୍ତି । ସେଥିଲାଗି ସେମାନେ ବିଭିନ୍ନ ଦାମୀ କମ୍ପାନୀର ବ୍ୟାଗ୍ ଧରିଥାନ୍ତି । କିନ୍ତୁ ଏବେ ଏକ କମ୍ପାନୀ ଏପରି ଏକ ହ୍ୟାଣ୍ଡବ୍ୟାଗ୍ ତିଆରି କରିଛନ୍ତି, ଯାହା ଖାଲି ଆଖିରେ ଦେଖିବା କଷ୍ଟକର । ତେଣୁ ଏହି ହ୍ୟାଣ୍ଡବ୍ୟାଗ୍ ଏବେ ଦୁନିଆର ସବୁଠୁ ଛୋଟ ହ୍ୟାଣ୍ଡବ୍ୟାଗ୍ ଭାବେ ଜଣାଶୁଣା । ଏବେ ସୋସିଆଲ ମିଡ଼ିଆରେ ଏହି ହ୍ୟାଣ୍ଡବ୍ୟାଗ୍‌ର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଲୁଇସ ଭିଟୋନ୍ ନାମକ କମ୍ପାନୀ ଏହି ବ୍ୟାଗ୍ ତିଆରି କରିଛି । ଏହା ଏତେ ଛୋଟ ଯେ, ତାକୁ ଖାଲି ଆଖିରେ ଦେଖିବା ବି ଅସମ୍ଭବ । ଗ୍ରୀନ କଲର ଏହି ହ୍ୟାଣ୍ଡବ୍ୟାଗ୍‌କୁ ଦେଖିବାକୁ ହେଲେ ମାଇକ୍ରୋସ୍କୋପ୍ ଆବଶ୍ୟକ । କାରଣ ଏହାର ଆକାର ଏକ ଧୂଳିକଣା ସହ ସମାନ । ଏହି ବ୍ୟାଗକୁ ଅନଲାଇନ୍ ନିଲାମରେ ୬୩,୦୦୦ ଡଲାରରେ ଅର୍ଥାତ୍ ୫୧.୬ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା । ବ୍ୟାଗକୁ ଏକ ଡିଜିଟାଲ୍ ଡିସପ୍ଲେ ମାଇକ୍ରୋସ୍କୋପ୍ ସହିତ ବିକ୍ରି କରାଯାଇଥିଲା । ଏହି ବ୍ୟାଗ ଲୁଣ ଦାନାଠାରୁ ଛୋଟ । ଏତେ ଟଙ୍କା ଦେଇ କିଣିଥିବା ବ୍ୟକ୍ତି ଜଣକ ଏହି ବ୍ୟାଗ୍ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.