Latest Odisha News

BREAKING NEWS

ରାଜ୍ୟରେ ୮୭୯୬.୬୧ କୋଟି ମୂଲ୍ୟର ୧୨ ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ଟି ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି ପ୍ରକଳ୍ପର ଗୁଡିକର ଅଟକଳ ପ୍ରାୟ ୮୭୯୬.୬୧ କୋଟି ଟଙ୍କା ରହିଛି । ଏହାଦ୍ୱାରା ରାଜ୍ୟରେ ନୂତନ ଭାବେ ପାଖାପାଖି ୭୦୯୦ ଲୋକଙ୍କୁ ରୋଜଗାର ମିଳିବ ବୋଲି ଜଣାପଡିଛି ।

ସୂଚନୁସାରେ, ମୋଟ ୧୨ ପ୍ରକଳ୍ପ ମଧ୍ୟରୁ ୮ଟି ଏମଏସଏମଇ ଏବଂ ୪ଟି ବୃହତ ପ୍ରକଳ୍ପ ରହିଛି। ପ୍ରକଳ୍ପ ଗୁଡିକୁ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ରାଜ୍ୟରେ ଶିଳ୍ପ ଜଗତ ପାଇଁ ନିବେଶର ଭରପୂର ସୁଯୋଗ ରହିଛି । ବିଗତ କିଛିବର୍ଷ ହେବ ଓଡ଼ିଶା ନିବେଶକାରୀଙ୍କ ପାଇଁ ପ୍ରୃକୃଷ୍ଟ କ୍ଷେତ୍ର ପାଲିଟିଛି ଓଡ଼ିଶା । ଏହି ଶିଳ୍ପାୟନ ଦ୍ୱାରା ଏହି ସଙ୍କଟ ସମୟରେ ମଧ୍ୟ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ।

ଅନ୍ୟପଟେ, ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ନୂତନ ନିବେଶ ରାଜ୍ୟ ପାଇଁ ପ୍ରଗତି ଆଣିବ । ଶିଳ୍ପାୟନର ଧାରା ଅବ୍ୟାହତ ରହିବ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଡକୋ ସିଏମଡି ସଞ୍ଜୟ ସିଂ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ ଏବଂ ଇପିକଲ ଏମଡି ନୀତିନ ଜୱାଲେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଶୁଭାରମ୍ଭ ହୋଇଥିବା ୨ଟି ପ୍ରକଳ୍ପ:

*ରାମକୋ ସିମେଣ୍ଟ ଲିମିଟେଡ଼, ହରିଦାସପୁର ଯାଜପୁର

*ଆଦିତ୍ୟ ବିର୍ଲା ରିନ୍ୟୁୱାଲ ଲିମିଟେଡ଼ସ୍ ସୋଲାର ପ୍ଲାଣ୍ଟ, ବିଜେପୁର ବରଗଡ଼

ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୧୦ଟି ପ୍ରକଳ୍ପ:

Leave A Reply

Your email address will not be published.