Latest Odisha News

BREAKING NEWS

ଜାଣନ୍ତୁ, ଭାରତର କେଉଁ ଜେଲରେ ଅଛନ୍ତି ସର୍ବାଧିକ ଉଚ୍ଚଶିକ୍ଷିତ କଏଦୀ ?

ଉତ୍ତରପ୍ରଦେଶ: କୌଣସି ସେଲିବ୍ରିଟି କିମ୍ବା ରାଜନେତା ଜେଲରେ କଏଦୀ ଭାବେ ରହିବା କିଛି ନୂଆ କଥା ନୁହେଁ । ହେଲେ କୌଣସି ଜେଲରେ ସର୍ବାଧିକ ଉଚ୍ଚଶିକ୍ଷିତ କଏଦୀ ରହିବା ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା କିମ୍ବା ରେକର୍ଡ କହିଲେ ଭୁଲ ହେବନି ।

ଉତ୍ତରପ୍ରଦେଶର ଜେଲଗୁଡିକରେ ଭର୍ତ୍ତି ଅଛନ୍ତି ସବୁଠୁ ଅଧିକ ଉଚ୍ଚଶିକ୍ଷିତ କଏଦୀ । ଯେଉଁଥିରେ ସାମିଲ ଅଛନ୍ତି ଇଂଜିନିଅର ଓ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀଧାରୀ । ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋର ୨୦୧୯ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଭାରତରେ ସମୁଦାୟ ୩,୪୪୦ ଜଣ ଟେକ୍ନିକାଲ ଡିଗ୍ରୀଧାରୀ କଏଦୀ ଜେଲରେ ଅଛନ୍ତି । ସେଥିମଧ୍ୟରୁ ୭୨୭ଜଣ ଉତ୍ତରପ୍ରଦେଶ ଜେଲରେ, ୪୯୫ଜଣ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୩୬୨ଜଣ କଏଦ ଅଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ୟୁପି ଜେଲରେ କେବଳ ଟେକ୍ନିକାଲ ଡିଗ୍ରୀଧାରୀ ନୁହେଁ ବରଂ ସର୍ବାଧିକ ପୋଷ୍ଟ ଗ୍ରାଜୁଏଟ୍ କଏଦୀ(୨,୦୧୦) ବି ଅଛନ୍ତି ।

ଏହି ଉଚ୍ଚଶିକ୍ଷିତ କଏଦୀମାନେ ଯୌତୁକ ନିର୍ଯ୍ୟାତନା, ଦୁଷ୍କର୍ମ ଓ ବିଭିନ୍ନ ସ୍କାମ ଅପରାଧରେ ଜେଲରେ ସଜା କାଟୁଛନ୍ତି । ଭାରତର ସମସ୍ତ ଜେଲରେ ସମୁଦାୟ ୩,୩୦,୪୮୭ ଜଣ ଶିକ୍ଷିତ କଏଦୀଙ୍କ ମଧ୍ୟରୁ ଶତକଡା ୧.୬୭ ପ୍ରତିଶତ ପୋଷ୍ଟ ଗ୍ରାଜୁଏଟ୍ ଓ ଶତକଡା ୧.୨ ପ୍ରତିଶତ ଇଂଜିନିଅର କଏଦ ଅଛନ୍ତି ।

Leave A Reply

Your email address will not be published.