CM Completed His self-enumeration: ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ନିଜ ବାସଭବନରେ କଲେ ନିଜର ସେଲ୍ଫ ଏନୁମରେସନ୍
ଭୁବନେଶ୍ୱର: ଏପ୍ରିଲ ୧ ତାରିଖରୁ ଜାତୀୟ ଜନଗଣନା ଆରମ୍ଭ ହୋଇଥିବା ବେଳେ ଏବେ ସ୍ଵ ଜନଗଣନା ସେଲ୍ଫ ଏନୁମରେସନ୍ ଚାଲିଛି। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରୀ ବାସଭବନରେ ସେଲ୍ଫ ଏନୁମରେସନ୍ ( Self Enumeration) କରିଛନ୍ତି। ଏଥିସହିତ ସେ ଡିଜିଟାଲ୍-ପ୍ରଥମ, ୧୬ତମ ଜାତୀୟ ଜନଗଣନାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲେ, ଯେଉଁଥିରେ ସରକାରୀ ଜନଗଣନା ପୋର୍ଟାଲ୍ ମାଧ୍ୟମରେ ଏକ ଆତ୍ମ-ଗଣନା ବିକଳ୍ପ ଦିଆଯାଇଛି। ଏହି ପ୍ରକ୍ରିୟା ଆସନ୍ତା ଏପ୍ରିଲ୍ ୧୫ ତାରିଖ ଯାଏଁ ଚାଲିବ।
ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆନୁଷ୍ଠାନିକ ଭାବରେ ତାଙ୍କର ଆତ୍ମ-ଗଣନା ସମାପ୍ତ କରିଛନ୍ତି ଏବଂ ନାଗରିକମାନଙ୍କୁ ସଠିକ୍ ଗଣନା ପାଇଁ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
ତେବେ ୨୦୨୭ ଜନଗଣନା ସ୍ୱ ଜନଗଣନା ମାଧ୍ୟମରେ ଓଡିଶାବାସିଙ୍କୁ ୧ ଏପ୍ରିଲ୍ ରୁ ୧୫ ଏପ୍ରିଲ୍, ୨୦୨୬ ମଧ୍ୟରେ, ଘରେ ଘରେ ୩୩ ପ୍ରଶ୍ନର ଉତ୍ତର ଦେଇ ସର୍ଭେ ଆରମ୍ଭ ହେବା ପୂର୍ବରୁ ଅନଲାଇନରେ ନିଜର ଆତ୍ମ ଗଣନା କରିପାରିବେ।ଯାହା ମୋବାଇଲ୍ ଆପ୍ ବ୍ୟବହାର କରି ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା।
ସ୍ୱଗଣନା (Self Enumeration) କାର୍ଯ୍ୟକ୍ରମ ୧ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ, ଏହା ଏପ୍ରିଲ ୧୫ ପର୍ଯ୍ୟନ୍ତ ଚାଲିବ । ଚଳିତ ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଡିଜିଟାଲ ମାଧ୍ୟମରେ ସମ୍ପନ୍ନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଏବଂ ଆବାସ ଜନଗଣନା ୧୬ ଏପ୍ରିଲ ୨୦୨୬ ଠାରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ୩୦ ଦିନ ଧରି ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ୨୦୨୭ ମସିହା ଫେବୃଆରୀ ମାସରେ କରାଯିବ । ଜନଗଣନା କାର୍ଯ୍ୟର ସଫଳ ସମ୍ପାଦନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ବର୍ତ୍ତମାନ ବଦଳି କରାଯିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ନଗର ନିଗମମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲ୍ଲା ଓ ନଗର ନିଗମର ମୁଖ୍ୟ ଜନଗଣନା ଅଧିକାରୀ ଜନଗଣନା କର୍ମଚାରୀଙ୍କ ପ୍ରଶିକ୍ଷଣ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରାଯିବ ।