Latest Odisha News

ବିଶିଷ୍ଟ ସମାଜବାଦୀ ନେତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶିଷ୍ଟ ସମାଜବାଦୀ ନେତା ତଥା ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଜଣେ ଛାତ୍ର ନେତା ଭାବରେ ଜୀବନ ଆରମ୍ଭ କରି ପ୍ରଦ୍ୟୁମ୍ନ ବାବୁ ରାଜନୀତି, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ତାଙ୍କ ଜୀବନରେ ସେ ସବୁବେଳେ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇଆସିଛନ୍ତି ଏବଂ ଏଥିରେ ସେ କେବେ ବି ସାଲିସ କରିନାହାନ୍ତି” ବୋଲି ସେ ପ୍ରକାଶ କରିଛନ୍ତି ।

ତାଙ୍କ ଉଦ୍ୟମ ଓ ଆଦର୍ଶରେ ପ୍ରଗତିବାଦୀ ଏକ ସାପ୍ତାହିକରୁ ଆଜି ଏକ ଆଗଧାଡିର ସମ୍ବାଦପତ୍ରରେ ପରିଣତ ହୋଇଛି ଏବଂ ଓଡିଆ ସମ୍ବାଦପତ୍ର ଜଗତରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । ମୁଁ ବହୁତ ଖୁସି ଯେ ପ୍ରଗତିବାଦୀ ପକ୍ଷରୁ ଗରିବ ଲୋକଙ୍କୁ ସାହାଯ୍ୟ କରିବାପାଇଁ ପ୍ରଦ୍ୟୁମ୍ନ ବଳ ରିଲିଫ କମିଟି ଗଠନ କରାଯାଇଛି। ଏହି ସାଧୁ ଉଦ୍ୟମ ପାଇଁ ପ୍ରଗତିବାଦୀ ପରିବାରକୁ ବହୁତ ଧନ୍ୟବାଦ।

ବର୍ତ୍ତମାନ ସମାଜ ଆଗକୁ ବଢୁଛି । ପରିବର୍ତ୍ତନ ସହ ଯଦି ଆମେ ମୂଲ୍ୟବୋଧର ସୁରକ୍ଷା ପ୍ରତି ଧ୍ୟାନ ଦେବା, ତେବେ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ।

ଖୁସିର କଥା, ଚଳିତ ବର୍ଷ ବିଶିଷ୍ଟ ସମାଜସେବୀ କୁମାରୀ କ୍ରିଷ୍ଣାରାଣୀ ବୋଷ ପ୍ରଦ୍ୟୁମ୍ନ ବଳ ସମ୍ମାନ ପାଉଛନ୍ତି । ସେଥିପାଇଁ ତାଙ୍କୁ ମୋର ଅଭିନନ୍ଦନ ଜଣାଉଛି। ସେହିପରି ଜୟନ୍ତୀ କମିଟି ପକ୍ଷରୁ ୧୦ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଉଛି। ଯେଉଁଥିପାଇଁ ମୁଁ କମିଟିକୁ ଧନ୍ୟବାଦ ଦେଉଛି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.