Latest Odisha News

BREAKING NEWS

ଦ୍ଵିତୀୟ ଦିନରେ ଟେରାକୋଟା ପ୍ରଦର୍ଶନୀ; କୋଭିଡ ନିୟମ ସହ ହେଉଛି ଜନ ସମାଗମ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ନଭେମ୍ବର ୬ ତାରିଖଠାରୁ ପଞ୍ଚଦଶ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀରେ ରାଜ୍ୟର ୨୦ଟି ଜିଲ୍ଲାର ୧୬୫ରୁ ଉର୍ଦ୍ଧ୍ବ କାରିଗର ଯୋଗ ଦେଇଛନ୍ତି ।

ଏହି ପ୍ରଦର୍ଶନୀରେ ଏ ପର୍ଯ୍ୟନ୍ତ ୧୧୧ଟି ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲଗୁଡିକରେ ରଙ୍ଗବେରଙ୍ଗର ଦୀପ, ମାଟିର ଘରସଜ୍ଜା ସାମଗ୍ରୀ, ମାଟିର କଳାକୃତି ଉପଲବ୍ଧ ହେଉଛି ।

ପ୍ରଦର୍ଶନୀରେ ଗତ ଦୁଇଦିନ ମଧ୍ୟରେ କାରିଗରମାନଙ୍କର ଆକର୍ଷଣୀୟ କାରିଗରୀର ବିକ୍ରି ର ପରିମାଣ ୧୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ରେ ପହଞ୍ଚିଛି । ପ୍ରଦର୍ଶନୀରେ ଜନସାଧାରଣଙ୍କର ବେଶ୍‌ ସମାଗମ ହେଉଛି । ଆୟୋଜକଙ୍କ ପକ୍ଷରୁ କୋଭିଡ ନିୟମ ଅନୁସାରେ ପ୍ରଦର୍ଶନୀକୁ ଆସୁଥିବା ସମସ୍ତ ଜନସାଧାରଣଙ୍କ ନିମନ୍ତେ ଥର୍ମାଲ ସ୍କ୍ରିନିଂ ଓ

ସାନିଟେସନ୍‌ ଆଦିର ବ୍ୟବସ୍ଥା କରାଯାଇଛି । ଏହି ଟେରାକୋଟା ପ୍ରଦର୍ଶନୀ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଦର୍ଶକମାନଙ୍କ ପାଇଁ ମେଳାରେ କାରିଗରମାନେ ମୃତ୍ତିକାରେ କିଭଳି ସୁନ୍ଦର ସାମଗ୍ରୀ ତିଆରି କରାଯାଉଛି ତା’ର ପ୍ରତ୍ୟକ୍ଷ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.